Indus Valley Times

ଭୁବନେଶ୍ୱରରେ ପୁଣି ଖୋଲିଲା ଆଇନକ୍ସ ସିନେମା ହଲ୍‌

 Breaking News

ଭୁବନେଶ୍ୱରରେ ପୁଣି ଖୋଲିଲା ଆଇନକ୍ସ ସିନେମା ହଲ୍‌

August 18
16:36 2021

ଭୁବନେଶ୍ବର ୧୮/୮: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱରରେ ପୁଣି ଖୋଲିଲା ଆଇନକ୍ସ ସିନେମା ହଲ୍ । ବୁଧବାରଠୁ ବିଏମସି ଭବାନୀ ମଲ୍ରେ ଥିବା ଆଇନକ୍ସ ମଲ୍ଟିପ୍ଲେକ୍ସ ଦର୍ଶକଙ୍କ ପାଇଁ ଖୋଲିଥିବା ବେଳେ ଗୁରୁବାରଠୁ ଡିଏନ ରେଗାଲିଆରେ ଥିବା ଓଘଙଢ ସିନେମା ହଲ୍ ଖୋଲିବ।
ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡ୍ଲାଇନ୍ ସହ ହଲ୍ ଖୋଲିବାକୁ ଥିବା ବେଳେ ମଲ୍ଟିପ୍ଳେକ୍ସ ପକ୍ଷରୁ ଲୋକମାନଙ୍କୁ ବିଶେଷ ସୁବିଧା ଦିଆଯିବ ବୋଲି ଜଣାପଡ଼ିଛି।
ସିନେମା ହଲ୍ର କର୍ମଚାରୀଙ୍କ ଟିକାକରଣ ହୋଇଥିବା ବେଳେ ସିନେମା ଦେଖିବାକୁ ଆସୁଥିବା ବୟସ୍କ ଦର୍ଶକଙ୍କ ଟିକାକରଣ ପ୍ରମାଣପତ୍ର ଦେଖାଯିବ ବୋଲି ହଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହଲ୍ ଭିତରେ ସମସ୍ତ ପ୍ରକାର କୋଭିଡ ନିୟମ, ମାସ୍କ, ସାମାଜିକ ଦୂରତା ଆଦି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି।
ଦର୍ଶକ କେବଳ ଇ-ଟିକେଟ୍ ନେଇ ସିନେମା ଦେଖିପାରିବେ । ଦର୍ଶକ ଯିବା ଏବଂ ଆସିବା ପରେ ଗେଟ୍ଠୁ ଲବି, ଅଡିଟରିୟମ ସମସ୍ତ ସ୍ଥାନ ସାନିଟାଇଜ୍ କରାଯାଉଛି।
ଏଥର ହଲ୍ ପକ୍ଷରୁ ଛୋଟ ଗ୍ରୁପ୍ ଏବଂ ପରିବାର ପାଇଁ ବିଶେଷ ବ୍ୟବସ୍ଥା ହୋଇଛି। ଗୋଟିଏ ପରିବାର ଚାହିଁଲେ ମଧ୍ୟ ସେମାନଙ୍କ ମନପସନ୍ଦରେ ଫିଲ୍ମ ଦେଖିପାରିବେ। ଦର୍ଶକଙ୍କୁ ଅନଲାଇନ୍ରେ ଖାଦ୍ୟ ମିଳିପାରିବ। ଏପରିକି ସିନେମା ହଲ୍ରେ ବିଶେଷ ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡ଼ିଛି ।

ଧିରେଧରେ ସିନେମା ହଲ୍ ଖୋଲୁଥିବା ବେଳେ କରୋନା କାଳରେ ସମସ୍ତ ପ୍ରକାର ନିୟମକୁ ମାନିବା ପାଇଁ ବ୍ୟବସ୍ଥା ହେଉଛି । ୨୦୨୧-୨୨ରେ ସିନେମା ପ୍ରେମୀଙ୍କ ଉତ୍ସାହକୁ କମ କରିବାକୁ ଦିଆଯିବ ନାହିଁ ବୋଲି ଆଇନକ୍ସ ଲିଜର ଲିମିଟେଡ୍ (ପୂର୍ବ) ଆଞ୍ଚଳିକ ନିର୍ଦେଶକ ଅମିତାଭ ଗୁହା ଡାକୁର୍ତା କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031