Indus Valley Times

ଭୁବନେଶ୍ୱରରେ ହେବ ଆଇଆର୍‌ସି ଅଧିବେଶନ: ଯୋଗଦେବେ ଗଡ଼କରି

 Breaking News

ଭୁବନେଶ୍ୱରରେ ହେବ ଆଇଆର୍‌ସି ଅଧିବେଶନ: ଯୋଗଦେବେ ଗଡ଼କରି

October 23
18:07 2025

ଭୁବନେଶ୍ୱର , ୨୩/୧୦ : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ହେବ ଭାରତୀୟ ସଡ଼କ ସମ୍ମିଳନୀ (ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ)।
ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି। ନଭେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଆଇଆରସିର ଏହି ସମ୍ମିଳନୀରେ ଦେଶ ଦେଖିବ ଓଡ଼ିଆ ଅସ୍ମିତାର ଝଲକ।
ଓଡ଼ିଶାର କଳା, ସଂସ୍କୃତି ସହିତ ପର୍ଯ୍ୟଟନ, ହସ୍ତଶିଳ୍ପ, ହସ୍ତତନ୍ତ ସମେତ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ନେବେ ଅତିଥି। ଓଡ଼ିଶାରେ ୬ଷ୍ଠ ଥର ପାଇଁ ଆୟୋଜିତ ହେଉଥିବା ଏହି ସଡ଼କ ମହାକୁମ୍ଭ ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।
ସୂଚନା ଅନୁସାରେ ଏହି ସମ୍ମିଳନୀରେ ଭିଭିଆଇପି, ଭିଆଇପିଙ୍କ ସମେତ ୨୦୦୦ରୁ ଅଧିକ ଲୋକ ଯୋଗଦେବେ। ସେମାନଙ୍କ ରହିବା ପାଇଁ ଭୁବନେଶ୍ୱରରେ ଥିବା ୩ ତାରକାରୁ ନେଇ ୫ ତାରକା ପର୍ଯ୍ୟନ୍ତ ହୋଟେଲରେ ୧୦୫୦ କୋଠରି ବୁକ୍ ହୋଇସାରିଛି।
ଅତିଥିଙ୍କ ଯିବା ଆସିବା ପାଇଁ ୬୨୦ କାର୍ ଯୋଗାଇ ଦିଆଯିବ। ଆଇଆରସି ମଞ୍ଚରେ ଓଡ଼ିଆ କଳାକାରଙ୍କ ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ ସହିତ ସମ୍ମିଳନୀ ପରିସରରେ ଓଡ଼ିଆ କଳା ସଂସ୍କୃତି ଆଧାରିତ ବିଭିନ୍ନ କାରୁକାର୍ଯ୍ୟ ସ୍ଥାନ ପାଇବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031