Legatus

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି

 Breaking News

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି

ଭୁବନେଶ୍ୱର ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ର ଚାହିଦା ବୃଦ୍ଧି
February 02
09:14 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨/୨: ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍ରେ ଦିନକୁ ଦିନ ଚାହିଦା ବୃଦ୍ଧି ପାଇବା ସହ ବେଶ୍ ଭିଡ଼ ମଧ୍ୟ ଜମୁଛି।
ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି ଫଳୁଛି।
ଆମେ ଯଦି ଏହାକୁ କିଣି ସେମାନଙ୍କୁ ଲାଭ ନ ଦେବା ତା’ ହେଲେ ସେମାନଙ୍କ ବ୍ୟବସାୟ ହେବ କିଭଳି। ଆଉ ଏହି ଷ୍ଟ୍ରବେରି ସୁସ୍ବାଦୁ ମଧ୍ୟ। ବଜାରରରେ ଏଭଳି ପ୍ୟାକେଟ ୫୦ ରୁ ୭୦ ଟଙ୍କାରେ ମଧ୍ୟ ମିଳୁଛି।
ମାତ୍ର ତା’ଠାରୁ ଏହା ଢେର ଅଲଗା। ଷ୍ଟ୍ରବେରି ଚାଷୀ ମିଙ୍କୁଲତା ପ୍ରଧାନ କହିଛନ୍ତି ଯେ, ଆମେ ଆଗରୁ ଅଲଗା ପରିବା ଚାଷ କରୁଥିଲୁ। ମାତ୍ର ଗତବର୍ଷ ସରକାରଙ୍କ ପକ୍ଷରୁ ଚାରା ମିଳିବାରୁ ଆମେ ଷ୍ଟ୍ରବେରି ଚାଷ ଆରମ୍ଭ କଲୁ। ନଭେମ୍ବରରେ ଚାରା ଲାଗିଲେ ଜାନୁଆରୀ, ଫେବୃଆରୀ ଭିତରେ ଫଳ ଆସିଯାଏ। ପ୍ରତି ଗଛରୁ ପ୍ରାୟ ୫୦୦ ଗ୍ରାମରୁ ଅଧିକ ଷ୍ଟ୍ରବେରି ଫଳିଥାଏ।
ତେବେ ଏଥର ମେଳାରେ ଷ୍ଟଲ ପକାଇଛୁ। ମାଲ୍ ଆସି ପହଞ୍ଚୁ ପହଞ୍ଚୁ ବିକ୍ରି ହୋଇଯାଉଛି। ପ୍ରାୟ ୫୦ ହଜାର ଟଙ୍କାର ବିକ୍ରି ହୋଇସାରିଲାଣି।
ଆମର କନ୍ଧମାଳ ଅଞ୍ଚଳରେ ୫ଟି ଗ୍ରୁପ୍ ମିଶି ଏହି ଷ୍ଟ୍ରବେରି ଚାଷ କରୁଛୁ। ପ୍ରତି ଗ୍ରୁପ୍ରେ ୧୦ଜଣ ମହିଳା ରହିଛନ୍ତି। ଏହି ଚାଷ ଅଧିକ ଦି ପଇସା ରୋଜଗାର ଦେଉଛି। ଷ୍ଟ୍ରବେରି ଚାଷ ମହିଳାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଛି ବୋଲି ଉକ୍ତ ଷ୍ଟଲ୍ରେ ଥିବା ବିଜୟଲକ୍ଷ୍ମୀ ପ୍ରଧାନ ଓ ପୁଷ୍ପାବତୀ ପ୍ରଧାନ ପ୍ରକାଶ କରିଛନ୍ତି।
ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିର ଉଦଯାପିତ
ବାଲିଗୁଡା, ୨/୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ୍ ପ୍ରଦାନ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ.ମଧୁସୂଦନ ମହାପାତ୍ର, ମୁଖ୍ୟବକ୍ତା ଭାବେ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅମିତାସ୍ମିତା ନାୟକ , ଅଧିକାରିଣୀ ଅଧ୍ୟାପିକା ସଞ୍ଜୁକ୍ତା ନାୟକ, ଅଧ୍ୟାପିକା ଅରୁନ୍ଧତୀ ପ୍ରଧାନ, ପ୍ରାଶାସନିକ ଅଧିକାରୀ ଅଧ୍ୟାପକ ତେଜେଶ୍ଵର ନାୟକ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ପ୍ରମୁଖ ଉପସ୍ଥିତ ରହି ଆତ୍ମରକ୍ଷା ତାଲିମ ର ମୂଳ ଉଦେଶ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ଉଦବୋଧନ ଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
ଛାତ୍ରୀ ମାନେ ମଧ୍ୟ ନିଜ ନିଜର ଅନୁଭୂତି ବଖାଣି ଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31