Indus Valley Times

ଭୁବନେଶ୍ୱର ଏୟାରଲିପ୍ଟ ହେଲେ ଆହତ କମାଣ୍ଡୋ, ଏମସ୍‌ର ସ୍ୱତନ୍ତ୍ର ଡାକ୍ତର ଟିମ୍ କରିବେ ଚିକିତ୍ସା

 Breaking News

ଭୁବନେଶ୍ୱର ଏୟାରଲିପ୍ଟ ହେଲେ ଆହତ କମାଣ୍ଡୋ, ଏମସ୍‌ର ସ୍ୱତନ୍ତ୍ର ଡାକ୍ତର ଟିମ୍ କରିବେ ଚିକିତ୍ସା

ଭୁବନେଶ୍ୱର ଏୟାରଲିପ୍ଟ ହେଲେ ଆହତ କମାଣ୍ଡୋ, ଏମସ୍‌ର ସ୍ୱତନ୍ତ୍ର ଡାକ୍ତର ଟିମ୍ କରିବେ ଚିକିତ୍ସା
July 10
17:04 2021

ଭୁବନେଶ୍ୱର, ୧୦/୭ : ବୌଦ୍ଧ-କନ୍ଧମାଳ ସୀମାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଣାଯାଇ ଏମ୍ସରେ ଭର୍ତ୍ତି କରାଯାଇଛି। ଜଣଙ୍କର ହାତରେ ଓ ଅନ୍ୟ ଜଣଙ୍କର ଛାତିରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।
ଗୁଇନ୍ଦା ସୂଚନା ଆଧାରରେ ଗତକାଲି ରାତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ଯବାନମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ।
ଗୁଳି ବିନିମୟ ବେଳେ ୨ ଜଣ ଏସ୍ଓଜି ଯବାନ ଆହତ ହୋଇଥିଲେ। ଏହି ଖବର ପାଇବା ପରେ ସିଆର୍ପିଏଫ୍ ଯବାନମାନେ ଘଟଣାସ୍ଥଳକୁ ଯାଇଥିଲେ ଓ ଆହତ ଯବାନ ଦ୍ୱୟଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ। ଏହି ସମୟରେ କୋରାପୁଟ-ମାଲକାନଗିରି ଗସ୍ତରେ ଥିଲେ ଡିଜିପି ଅଭୟ। ସେ ହେଲିକପ୍ଟରରେ କୋରାପୁଟରେ ପହଞ୍ଚିଥିବା ବେଳେ ଦୁଇ ଯବାନଙ୍କ ଆହତ ହେବା ଖବର ପାଇ ପାଦେଲପଡ଼ାରେ ପହଞ୍ଚିଥିଲେ। ସେଠାରୁ ୨ ଆହତ ଯବାନଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା।
ଦୁଇ ଆହତ ଯବାନଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ୱରରେ ପହଞ୍ଚାଇପାରିଥିବା ଯୋଗୁ ଡିଜିପି ଅଭୟ ବିଏସ୍ଏଫ୍ର ଉକ୍ତ ହେଲିକପ୍ଟରର ପାଇଲଟଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଇଛନ୍ତି। ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ଏକ ହାଇସ୍କୁଲ୍ ପଡ଼ିଆରେ ପାଇଲଟ ହେଲିକପ୍ଟରକୁ ଲ୍ୟାଣ୍ଡ କରାଇଥିଲେ ବୋଲି ଡିଜିପି କହିଛନ୍ତି। ଏହା ସହିତ ଘଟଣାସ୍ଥଳରୁ ଏହି ୨ ଯବାନଙ୍କୁ ଉଦ୍ଧା କରିଥିବା ସିଆର୍ପିଏଫ୍ ଯବାନ ଓ ସେମାନଙ୍କସହିତ ପାଦେଲପଡ଼ାରୁ ଭୁବନେଶ୍ୱର ଆସିଥିବା କଣ୍ଟାମାଳ ଡାକ୍ତରଙ୍କୁ ବି ଡିଜିପି ଧନ୍ୟବାଦ ଦେଇଛନ୍ତି।
ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଥାନା ଅଞ୍ଚଳରେ ଅପରେସନ୍କୁ ଅଧିକ ଜୋରଦାର କରାଯାଇଛି। ଏହି ଗୁଳିବିନିମୟ ବେଳେ କିଛି ନକ୍ସଲ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଥିବା ଡିଜିପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031