Indus Valley Times

ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ

 Breaking News

ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ
April 16
21:54 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୧୭/୪: ରବିବାର ଦିନ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଡ଼ ଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ସର୍ବପ୍ରଥମେ ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ବାମଣ୍ଡା ମାହେଶ୍ୱରୀ ମନ୍ଦିର ପୂଜକ କାର୍ତ୍ତିକ ମହାକୁଡ଼ଙ୍କ ଦ୍ୱାରା ପୂଜାର୍ଚନା ପରେ ସ୍ବର୍ଗତ ପ୍ରଫୁଲ୍ଲ ନାୟକ ଓ ମାର୍କଣ୍ଡ ମହାକୁଡ଼ ଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା ।
ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଆଲୋଚନା କରାଯାଥିଲା । ଆଲୋଚନାରେ ସର୍ବଶଶ୍ରୀ ସୁଧୀର କର୍ଣ୍ଣ, ଦୟା ସାଗର ମେଣ୍ଡିଲି, ରମଣୀ ରଞ୍ଜନ ପ୍ରଧାନ, ଫକୀର କର୍ଣ୍ଣ, ହେମାବତୀ କର୍ଣ୍ଣ ମୁରଲୀ ପାତ୍ର, ହାଡିବନ୍ଧୁ ମହାକୁଡ଼ ଅଞ୍ଜନ ପ୍ରଧାନ, ବିପିନ ପାତ୍ର, ଅଶ୍ୱନୀ ମହାକୁଡ଼ ପ୍ରଭାକର ପ୍ରଧାନ, ସୁଦାମ ଖମାରି, ଗୋବର୍ଦ୍ଧନ ବିଶି, ପୂର୍ଣ୍ଣ ଚନ୍ଦ୍ର ମହାକୁଡ଼ କୃତିବାସ ପଲିଆ, ଜୟ ମଙ୍ଗଳ ବିଶି ହୀରା ମହାକୁର, ସରୋଜ କମ୍ପ, ଉଦିତ ଦେହୁରୀ ଶଙ୍କର୍ଷଣ ପ୍ରଧାନ ସୁବୋଧ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ ।
ଏହି ଅବସରରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଗଲା ଆବାହକ ଭାବେ ସୀତାଂଶୁ ଶେଖର ମହାକୁଡ଼ ଓ ସଂଯୋଜକ ଭାବେ ଉଦିତ ଦେହୁରୀ ଙ୍କୁ ମନୋନୀତ କରାଗଲା, ସଦସ୍ୟ ଭାବରେ ସୁବୋଧ ପ୍ରଧାନ, ଅରୁଣ ପ୍ରଧାନ ଶଙ୍କର୍ଷଣ ପ୍ରଧାନ ସୁଧୀର ମହାକୁଡ଼ ସନ୍ତୋଷ ଦନ୍ତା ରମଣୀ ରଞ୍ଜନ ପ୍ରଧାନ, ସରୋଜ କମ୍ପ, ପଞ୍ଚାନନ ଦନ୍ତା ବିଜୟ ମହାକୁଡ଼ ଯଶକେତନ ବଘାର, ଉତ୍ତର ପାତ୍ର, ମୀନକେତନ ମହାକୁଡ଼ ଅଞ୍ଜନ ପ୍ରଧାନ ସୁଧାଂଶୁ ଗାଈଗୌରିଆ ବିପିନ ପାତ୍ର, ହରିଶଙ୍କର ବେହେରା ନରେନ୍ଦ୍ର ପ୍ରଧାନ ହେମାବତୀ କରଣ ସୁରେଶ କରଣ, ଦୟାନିଧି ଖମାରି, ଚକସ ମନ କମ୍ପ, ହାଡିବନ୍ଧୁ ମହାକୁଡ଼, ଅରୁଣ ମହାକୁଡ଼, ସତ୍ୟନାରାୟଣ ମେଣ୍ଡିଲି, ଦିବ୍ୟକାନ୍ତ ପାତ୍ର ସମସ୍ତ ଜିଲ୍ଲା ସଭାପତି, ପୂର୍ବତନ ରାଜ୍ୟ ସଭାପତି ସମ୍ପାଦକ ସଦସ୍ୟ ଭାବେ ମନୋନୀତ କରାଗଲା ଓ ଆସନ୍ତା ମେ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ଙ୍କୁ ସାକ୍ଷାତ କରି ଭୁବନେଶ୍ୱର ଠାରେ ମାହେଶ୍ୱରୀ ସଂସ୍କୃତି ଭବନ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ଜମି ଓ ଅନୁଦାନ ପ୍ରାପ୍ତ ନିମନ୍ତେ ଅନୁରୋଧ କରିବା ପାଇଁ ସ୍ଥିର କରାଗଲା ।
ଏଥିରେ ବୌଦ୍ଧ ଜିଲ୍ଲା ସମସ୍ତ କେନ୍ଦ୍ର ସଭାପତି ସମ୍ପାଦକ ସହଯୋଗ କରିଥିଲେ । ଶେଷରେ ଉଦିତ ଦେହୁରୀ ଧନ୍ୟବାଦ ଦେଇଥିଲେ ଓ ସଭାପତି ସଭା ସାଙ୍ଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031