Indus Valley Times

ଭୁବନେଶ୍ୱର ମା’ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ, ଘରକୁ ଘର ଯାଇ ଲୋକଙ୍କ ସହ କଲେ ଆଲୋଚନା

 Breaking News

ଭୁବନେଶ୍ୱର ମା’ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ, ଘରକୁ ଘର ଯାଇ ଲୋକଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର ମା’ ମଙ୍ଗଳା ବସ୍ତିରେ ବିଲ୍ ଗେଟ୍ସ, ଘରକୁ ଘର ଯାଇ ଲୋକଙ୍କ ସହ କଲେ ଆଲୋଚନା
February 28
12:08 2024

ଭୁବନେଶ୍ୱର, ୨୮/୨ : ଭୁବନେଶ୍ୱର ସ୍ଥିତ ମାଆ ମଙ୍ଗଳା ବସ୍ତିରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ। ଏହାସହ ବସ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ବିଲ୍ ଗେଟ୍ସ।
ଏହା ପରେ ବିଲ୍ ଗେଟ୍ସ କୃଷି ଭବନ ଗସ୍ତ କରିଛନ୍ତି। ପରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷି ସମୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି। ଏହା ସମନ୍ୱିତ ଚାଷ ପାଇଁ ଉନ୍ନତ ଜ୍ଞାନ କୌଶଳ ବାବଦରେ ଚାଷୀଙ୍କୁ ସୂଚନା ଦେଉଛି। ୨୦୨୧ ମସିହାରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା।
ଉନ୍ନୟନ କମିଶନର ଅନୁ ଗର୍ଗ କହିଛନ୍ତି, ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ମିଳିଛି କି ନାହିଁ ପିଇବା ପାଣିର ସୁବିଧା ଅଛି କି ସେସବୁ ସମୀକ୍ଷା କରିଥିଲାମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା। ମିଶନ ଶକ୍ତି କିପରି ଚାଲିଛି ଏନେଇ ମହିଳାମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ମହିଳାମାନେ ଯାହା କହିଲେ ତାହା ଶୁଣି ସେ ଖୁସି ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031