Indus Valley Times

ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ

 Breaking News

ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ

ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତ୍ତାଳାପ କାର୍ଯ୍ୟକ୍ରମ
July 31
10:45 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୧/୭: କେନ୍ଦ୍ରୀୟ ଭୂଜଳ ପରିଷଦ ଭୂବନେଶ୍ୱର ଅନୁକୁଲ୍ୟରେ ଶୁକ୍ରବାର ଭୂଜଳ ପରିଚାଳନା ସଂପର୍କିତ ଜନ ବାର୍ତାଳାପ କାର୍ଯ୍ୟକ୍ରମ ଜାତୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ପ୍ରତିଷ୍ଠାନ ପାଲଝାର ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଏନଏଚଆରଡିଏଫ ର ସହକାରୀ ନିର୍ଦ୍ଦେଶକ ଅରୁଣ ପାଣ୍ଡେ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ରୀୟ ଭୂଜଳ ପରିଷଦ ବୈଜ୍ଞାନିକ ସୁଧାଂଶୁ ମହାନ୍ତି ଓ ମୁନ୍ନା ସୁତ୍ରଧର ପ୍ରମୁଖ ଯୋଗଦେଇ ଭୂଜଳର ସୁବିନିଯୋଗ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଜଳ ବିଭାଜନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଦିପ୍ତ ମହାନ୍ତି,ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ର, କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ସସ୍ମିତା ପ୍ରିୟଦର୍ଶନୀ, ହରଭଙ୍ଗା ବ୍ଲକର ସହକାରୀ କୃଷି ଅଧିକାରୀ ରାଜେଶ ଚୈଧୁରୀ, ସହକାରୀ କୃଷି ଅଧିକାରୀ ବୌଦ୍ଧବ୍ଲକ କମଳାକାନ୍ତ କଟାରୀ, ଯାନ୍ତ୍ରୀକ ଅଧିକାରୀ ରଂଜିତ ଦାସ ପ୍ରମୁଖ ଯୋଗଦେଇ ଭୂଜଳର ସୁବିନିଯୋଗ ଉପରେ ଆଲୋଚନା କରିଥିଲେ । ଏଥିରେ ବୌଦ୍ଧଜିଲ୍ଲାର ଶତାଧିକ ଚାଷୀ ଯୋଗଦେଇଥିଲେ ।

ହାତୀ ମୃତ୍ୟୁ ଘଟଣା : ବୌଦ୍ଧ ବନ ବିଭାଗର ଅପାରଗତା ଧାର୍ଯ୍ୟ ସମୟରେ କୋର୍ଟରେ ଦାଖଲ କରିପାରିଲେନି ଫାଇନାଲ ପିଆର , ୩ ଅଭିଯୁକ୍ତଙ୍କୁ ଜାମିନ ଦେଲେ କୋର୍ଟ
ବୌଦ୍ଧ,୩୧/୭: ବୌଦ୍ଧ ବନଖଣ୍ଡର ବଘିଆପଡା ସେକସନରେ ଗତ ମେ ମାସରେ ଦୁଇଟି ଦନ୍ତା ହାତୀ ଶିକାର ମୃତ ଦେହ ବୌଦ୍ଧ ବନବିଭାଗ ପକ୍ଷରୁ ଠାବ କରାଯାଇଥିଲା । ବଘିଆପଡା ସେକସନର ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଜାମଖୋଲର କମ୍ପାଟମେଣ୍ଟ ନଂ ୮ରେ ଏକ ମୃତ ଦନ୍ତା ହାତୀର ମୃତ ଦେହ ଠାବ ହୋଇଥିବାବେଳେ ଏହାର ଦିନକ ପରେ ଉକ୍ତ ପୁଣି ବାଙ୍ଗମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଆଉ ଏକ ଦନ୍ତା ହାତୀର ମୃତ ଦେହ ଠାବ କରାଯାଇଥିଲା ।
ବୌଦ୍ଧ ଜିଲ୍ଲାରେ ଗୋଟିଏ ସେକସନରୁ ଦୁଇ ଦୁଇଟି ଦନ୍ତା ହାତୀର ଶୀକାର ଘଟଣା ସେ ସମୟରେ ବୌଦ୍ଧ ଜିଲ୍ଲାରେ ହଇଚଇ ଖେଳାଇଯାଇଥିଲା । ବନ ବିଭାଗ କିନ୍ତୁ ହାତୀ ମୃତ୍ୟୁ ଘଟଣାରେ ବୌଦ୍ଧ ରେଂଜର , ଜଣେ ରେଂଜର, ଜଣେ ଫରେଷ୍ଟର ଓ ଦୁଇଜଣ ଫରେଷ୍ଟ ଗାଡକୁ ନିଲମ୍ବିତ କରିଥିଲା ।
କିନ୍ତୁ ଏହି ଘଟଣାରେ ବନବିଭାଗର ବଡବଡିଆ ବାବୁ ମାନେ ଖସି ଯାଇଥିବା ବେଳେ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲ । ଭୁର୍କିପଡା ସଂରକ୍ଷିତ ଜଙ୍ଗଲରେ ଜାମଖୋଲର କମ୍ପାଟମେଣ୍ଟ ନଂ ୮ର ହାତୀ ମୃତ୍ୟୁ ଘଟଣାରେ ବୌଦ୍ଧ ବନବିଭାଗ ଗତ ୨୭.୫.୨୦୨୨ରେ ପେଣ୍ଡ୍ରାଡୁଲି ଗ୍ରାମର କର୍ଣ୍ଣ ପ୍ରଧାନ (୪୮) , ଜାମଖୋଲ ଗ୍ରାମର ବିଘ୍ନେ କହଁର (୫୦) ଓ ତୁତୁମସିଙ୍ଗ ଗ୍ରାମର ନିଳାକାର ନାଏକ (୩୨)ଙ୍କୁ ରାତିଅଧିଆ ଉଠାଇଆଣିଥିଲା ।
ଉକ୍ତ ତିନି ଜଣଙ୍କୁ ଉଠାଇଆଣିବା ପ୍ରତିବାଦରେ ଉକ୍ତ ଗ୍ରାମର ଗ୍ରାମବାସୀ ମାନେ ଏମାନେ ନିର୍ଦ୍ଦୋଷ ବୋଲି ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆଲୋଚନା କରାଯାଇ ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗ୍ରାମବାସୀ ମାନେ ରାସ୍ତା ରୋକରୁ ଓହରିଥିଲେ ।
କିନ୍ତୁ ବନବିଭାଗ ହାତୀ ମୃତ୍ୟୁ ଘଟଣାରେ ଗତ ୨୮.୫.୨୦୨୨ରିଖରେ କର୍ଣ୍ଣ ପ୍ରଧାନ, ବିଘ୍ନେ କହଁର ଓ ନିଳାକାର ନାଏକଙ୍କୁ ଗିରଫ କରି ବୌଦ୍ଧ ଏସଡିଜେଏମଙ୍କ କୋଟକୁ ର୍ ଚାଲାଣ କରିଥିଲା ।
ପୁଣି ଉକ୍ତ ହାତୀ ମୃତ୍ୟୁ ଘଟଣାରେ ଗତ ୭.୬.୨୦୨୨ରେ ବିରିଗଡ ଗ୍ରାମର ସୁଦର୍ଶନ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୁଇ ଦୁଇଟି ହାତୀ ମୃତ୍ୟୁ ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ କିନ୍ତୁ ବୌଦ୍ଧ ବନବିଭାଗର ଖାମଖିଆଲି ଯୋଗୁଁ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଗତ ୨୮.୫.୨୦୨୨ରେ କୋର୍ଟ ଚାଲାଣ ହୋଇଥିବା ୩ ଅଭିଯୁକ୍ତ କର୍ଣ୍ଣ ପ୍ରଧାନ, ବିଘ୍ନେ କହଁର ଓ ନିଳାକାର ନାଏକ ଜେଲ ଭିତରେ ୬୦ଦିନ ରହିସାରିଥିଲେ ମଧ୍ୟ ବୌଦ୍ଧ ବନବିଭାଗ ଧାର୍ଯ୍ୟ ସମୟ ମଧ୍ୟରେ କୋର୍ଟରେ ଫାଇନାଲ ପିଆର କୋର୍ଟରେ ଦାଖଲ କରିପାରିନଥିଲେ ।
ଫଳରେ ନିୟମ ଅନୁଯାୟୀ ଗତ ୨୬.୭.୨୦୨୨ରେ ଏସଡିଜେଏମ ୩ ଅଭିଯୁକ୍ତ କର୍ଣ୍ଣ ପ୍ରଧାନ, ବିଘ୍ନେ କହଁର ଓ ନିଳାକାର ନାଏକଙ୍କୁ ୩୦ ହଜାର ଟଙ୍କାର ଗୋଟିଏ ଜାମିନଦାର ଦେଇ ଜାମିନ ପ୍ରଦାନ କରିଥିଲେ । ଶନିବାର ଦିନ ଦୁଇ ଅଭିଯୁକ୍ତ ବିଘ୍ନେ କହଁର ଓ ନିଳାକାର ନାଏକ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କୋର୍ଟରେ ଜାମିନଦାର ଦେବା ପରେ ଜେଲରୁ ବାହାରିଥିବା ଜଣାପଡିଛି ।
ଜିଲ୍ଳା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଉଦଘାଟିତ
ବୌଦ୍ଧ,୩୧/୭: ବୌଦ୍ଧ ସହରସ୍ଥିତ ପୁରୁଣା ବ୍ଲକଛକ ଠାରେ ନୂତନଭାବେ ନିର୍ମିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଇତି ମଧ୍ୟରେ ଉଦଘାଟିତ ହୋଇଯାଇଛି । ପୋଲିସ ଆଇ ଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଡିଏସପି ସାଲେଷ୍ଟିନ ଟିଗା, ତପସ୍ୱୀନୀ କହଁର, ଏସଡିପିଓ ଆନନ୍ଦ ବରଧନ ଗୁରୁ, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାୟକ,ମନମୁଣ୍ଡା ଥାନା ଅଧିକାରୀ ଗୋପିନାଥ ପ୍ରଧାନ, ବାଉଁଶୁଣୀ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ରାୟଗୁରୁ, ପୁରୁଣାକଟକ ଥାନା ଅଧିକାରୀ ଜ୍ୟେସ୍ନା କାଉରୀ, ଏବଂ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ସମେତ ସମସ୍ତ ପୋଲିସ ଅଧିକାରୀ ଯୋଗଦେଇଥିଲେ । ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାଳୟର ଆବଶ୍ୟକତା ଥିଲା ।
ଏଥିସହ ଆଗାମୀ ଦିନରେ କେତେକ ଅଂଚଳରେ ଫାଣ୍ଡି ଓ ଥାନା ଖୁବଶିଘ୍ର ଖୋଲାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଆଇ ଜି ଶ୍ରୀ ଭୋଇ ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031