Indus Valley Times

ଭୋଟ ଗଣତି ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

 Breaking News

ଭୋଟ ଗଣତି ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

ଭୋଟ ଗଣତି ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ
May 29
10:21 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୯/୫ : ଆସନ୍ତା ୪ ତାରିଖରେ ବୌଦ୍ଧ ଜିଲାରେ କନ୍ଧମାଳ ସଂସଦୀୟ କ୍ଷେତ୍ର, ବୌଦ୍ଧ ବିଧାନ ସଭା ଓ କଂଟାମାଳ ବିଧାନସଭା ପାଇଁ ଭୋଟ ଗଣତି ହେବାକୁଥିବାବେଳେ ମଙ୍ଗଳବାର ଦିନ ଜିଲାପ୍ରଶାସନ ପକ୍ଷରୁ ଭୋଟ ଗଣତି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲାପାଳଙ୍କ ସଦଭାବନା ଗୃହଠାରେ ଜିଲାପାଳ ଜେ.ସୋନାଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଭୋଟ ଗଣତି ଯେପରି ଶାନ୍ତି ଶୃଙ୍ଖଳାରେ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା ।
ଜିଲାପାଳ ଶ୍ରୀ ସୋନାଲ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନଙ୍କୁ ପୁର୍ବରୁ ମକଡ୍ରିଲ କରି ସଠିକ ଭାବେ ଭୋଟ୍ ଗଣତି କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦେଇଥିଲେ ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ମୋବାଇଲ ଆମ୍ବୁଲାନସ ଟିମ, ଫାଷ୍ଟଏଡ ଟିମ, ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରଖିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ।
ସେହିପରି ଅଗ୍ନିଶମ ବିଭାଗକୁ ନିରାପତ୍ତା ସାର୍ଟିଫିକେଟ ସହ ଅଗ୍ନିଶମ ଗାଡି ଓ କର୍ମଚାରୀ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦେଇଥିଲେ । ନିରନ୍ତର ବିଦ୍ୟୁତ ସରବରାହ ଜାରି ରଖିବା ସହିତ ଜରୁରୀ ପରିସ୍ଥିତି ର ମୁକାବିଲା ପାଇଁ ସଜାଗ ରହିବାକୁ ବିଦ୍ୟୁତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପୁର୍ତ୍ତବିଭାଗ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା ଜୁନ ୧ ତାରିଖ ପୁର୍ବରୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୋଟ ଗଣତି କାର‌୍ୟ୍ୟ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଓ ବୌଦ୍ଧ ବିଡିଓଙ୍କୁ ଶ୍ରମିକ ଯୋଗାଇଦେବାକୁ ଓ ସେମାନଙ୍କୁ ପରିଚୟପତ୍ର ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜଳ ପରିମଳ ବିଭାଗ ପକ୍ଷରୁ ପାନୀୟଜଳ ବ୍ୟବସ୍ଥା , ଅସ୍ଥାୟୀ ଶୌଚାଳୟ ସହିତ ସଫେଇ କର୍ମଚାରୀମାନଙ୍କୁ ପରିଚୟପତ୍ର ସହିତ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ନିରନ୍ତର ଇନରନେଟ ସେବା ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହିତ ଦୁଇଜଣ ଡେପୁଟି କଲେକ୍ଟରଙ୍କୁ ଏଥିପାଇଁ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।
ବୈଠକରେ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ, ଅତିରିକ୍ତ ଜିଲାପାଳ ଦିଲିପ କୁମାର ମହାପାତ୍ର, ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଡେପୁଟି କଲେକ୍ଟର (ନିର୍ବାଚନ) ଶାଶ୍ୱତ ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର ଓ ସମସ୍ତ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର ଓ ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଜିଲାରେ ଭୋଟ ଗଣତି କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଜିଲାପାଳ ଶ୍ରୀସୋନାଲ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930