Indus Valley Times

ଭୋଟ ବେଳେ ସାମ୍ବାଦିକଙ୍କୁ ମାଡ଼ ଘଟଣା: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି

 Breaking News

ଭୋଟ ବେଳେ ସାମ୍ବାଦିକଙ୍କୁ ମାଡ଼ ଘଟଣା: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ସାମ୍ବାଦିକ ପ୍ରତିନିଧି

February 20
20:18 2022

ଯାଜପୁର ୨୦/୦୨: ଯାଜପୁର ଜିଲ୍ଲା ବିଞ୍ଝାରପୁର ବାଛୋଳ ଗାଁ ରେ ସାମ୍ବାଦିକଙ୍କୁ ମାଡ ଘଟଣାରେ ଆକ୍ସନ୍ ମୋଡରେ ପୁଲିସ । ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ପରେ ତୁରନ୍ତ ଆକ୍ସନ ନେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ।
ଏବେ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୨୫ ଜଣଙ୍କୁ ଅଟକ ରଖିଛି ବିଞ୍ଝାରପୁର ପୋଲିସ । ଅଟକ ସନ୍ଧିଗ୍ଧ ଅଭିଯୁକ୍ତଙ୍କ ମଧ୍ୟରେ ୫ ଜଣ ମହିଳା ମଧ୍ୟ ରହିଥିବା ସୂଚନା ମିଳିଛି । ଏହା ସହିତ ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଛାନ୍ଭିନ୍ ଚଳାଇଛି ପୋଲିସ ।
ସୂଚନାଯୋଗ୍ୟ, ରବିବାର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନିର୍ଦ୍ଧିଷ୍ଟ ଦଳର କିଛି କର୍ମୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ । ପରେ ଏ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
ଏହାପରେ ରାଜ୍ୟର ଅନେକ ଗଣମାଧ୍ୟମ ପ୍ରତିଷ୍ଠାନର ସମ୍ପାଦକ ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟିଥିଲେ । ଦୀର୍ଘ ସମୟ ଧରି ଆଲୋଚନା ପରେ ତୁରନ୍ତ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦେଶ ଦେଇଥିଲେ ।
ତେବେ ଡିଜିପିଙ୍କ ନିର୍ଦେଶ ପରେ ବିଞ୍ଝାରପୁର ବାଛୋଳ ଗାଁରେ ୫ଟି ଥାନାର ଥାନାଧିକାରୀ (ଓଓଉ)ଙ୍କ ନେତୃତ୍ବରେ ଏକକାଳୀନ ଚଢାଉ କରାଯାଇଥିଲା । ଚଢାଉ ବେଳେ ଆକ୍ରମଣରେ ସପୃକ୍ତ କୁହାଯାଉଥିବା ୨୫ ଜଣଙ୍କୁ ବାଛୋଳ ଗାଁ ରୁ ଉଠାଇ ଆଣିଛି ପୋଲିସ ।
ସେମାନଙ୍କ ମଧ୍ୟାରେ ୫ ଜଣ ମହିଳା ମଧ୍ୟ ରହିଛନ୍ତି । ବାଛୋଳ ଗାଁ ରେ ଏବେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ରହିଛି । ବ୍ୟାପକ ପରିମାଣର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆଉ କିଛି ଅଭିଯୁକ୍ତଙ୍କୁ ଧରିବା ପାଇଁ ଅପରେସନ ଜାରି ରଖିଛି ପୋଲିସ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031