Indus Valley Times

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍

 Breaking News

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍

November 19
14:19 2020

ରାଉରକେଲା,୧୯/୧୧: ରାଉରକେଲା ଉଦିତନଗର ପଡିଆରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜଳିଗଲା ୧୦ଲକ୍ଷ ଟଙ୍କାର ସ୍ମାର୍ଟ ସିଟିର ପିଭିସି ପାଇପ। ନିଆଁ ଲିଭାଇବାକୁ ପାଞ୍ଚଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ପ୍ରାୟ ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା। ଫଳରେ ଅବଶିଷ୍ଟ ପ୍ରାୟ ୩୦ ଲକ୍ଷ ଟଙ୍କାର ପାଇପ ନିଆଁରୁ ବର୍ତ୍ତି ଯାଇଛି। କେମିତି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି। କେହି ଆସାମାଜିକ ଲୋକ ନିଆଁ ଲଗାଇ ଦେଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।
ଘଟଣାସ୍ଥଳରେ ରାଉରକେଲା ଏସପି କେ .ଶିବା ସୁବ୍ରମଣି ଓ ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031