Indus Valley Times

ମଙ୍କିପକ୍ସ ଲକ୍ଷଣ ଚିହ୍ନଟ ପାଇଁ ନୂଆ RT-PCR କିଟ୍, ଘରେ ବସି କରିପାରିବେ ପରୀକ୍ଷା

 Breaking News

ମଙ୍କିପକ୍ସ ଲକ୍ଷଣ ଚିହ୍ନଟ ପାଇଁ ନୂଆ RT-PCR କିଟ୍, ଘରେ ବସି କରିପାରିବେ ପରୀକ୍ଷା

ମଙ୍କିପକ୍ସ ଲକ୍ଷଣ ଚିହ୍ନଟ ପାଇଁ ନୂଆ RT-PCR କିଟ୍, ଘରେ ବସି କରିପାରିବେ ପରୀକ୍ଷା
May 28
10:35 2022

ନୂଆଦିଲ୍ଲୀ, ୨୮/୫: ସାରା ବିଶ୍ବରେ ଦ୍ରୁତ ଗତିରେ ବ୍ୟାପୁଥିବା ମଙ୍କିପକ୍ସ ରୋଗ ସାଦାରଣ ଲୋକ ଏବଂ ସରକାରଙ୍କ ଚିନ୍ତା ବଢାଇଦେଇଛି । ଭାରତରେ ଏପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ ।
ମାତ୍ର ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏ ଭିତରେ ଭାରତର ଏକ ପ୍ରମୁଖ କମ୍ପାନୀ ଏହି ରୋଗର ଯାଞ୍ଚ ପାଇଁ ନୂଆ RT-PCR କିଟ୍ ଲଞ୍ଚ କରିଛି ।
ଶୁକ୍ରବାର ଦିନ ଔଷଧ ଉପକରଣ ପ୍ରସ୍ତୁତ କରୁଥିବା ଏହି କମ୍ପାନୀ ମଙ୍କିପକ୍ସର ରିୟଲ ଟାଇମ୍ ରିପୋର୍ଟ ଦେଉଥିବା RT-PCR କିଟ୍ ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଏହି କିଟ୍ ମାଧ୍ୟମରେ ଜଣାପଡିବ ଯେ ରୋଗୀଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ ।
ରିପୋର୍ଟ ଅନୁସାରେ ଟ୍ରିଭିଟ୍ରୋନ୍ ହେଲ୍ଥକେୟାରର ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ଟିମ୍ ଏହି RT-PCR କିଟ୍ ପ୍ରସ୍ତୁତ କରିଛି । ଏହି କିଟ୍ ୪ଟି ରଙ୍ଗରେ ପ୍ରସ୍ତୁତ କରାଯାଇଛି । ସବୁ ରଙ୍ଗରେ ଏକ ସ୍ବତନ୍ତ୍ର ଫ୍ଲେଭର ବ୍ୟବହାର କରାଯାଇଛି । କମ୍ପାନୀ ଅନୁସାରେ ସିଙ୍ଗଲ ଟ୍ୟୁବ୍ରେ ସ୍ବାବ୍ ଟେଷ୍ଟ ମାଧ୍ୟମରେ ଏହି ପରୀକ୍ଷା କରାଯିବ ।
ଏଥିରେ ଚିକେନପକ୍ସ ଏବଂ ମଙ୍କିପକ୍ସ ସମ୍ପର୍କରେ ସହଜରେ ପତ୍ତା ଲଗାଯାଇପାରିବ । ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଁ କେବଳ ଏକ ଘଣ୍ଟା ସମୟ ଲାଗିବ ।
ଇଣ୍ଡିଆନ୍ ମେଡିକାଲ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) କହିଛି ଯେ, ଭାରତରେ ଏପର‌୍ୟ୍ୟନ୍ତ ମଙ୍କିପକ୍ସର ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ । ମାତ୍ର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ରାଜ୍ୟକୁ ଏହି ରୋଗର ଲକ୍ଷଣ କୁହାଯିବା ସହ ସତର୍କ ରହିବାକୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ୍, ଜର୍ମାନୀ, ଇଟାଲୀ ସମେତ ବିଶ୍ବର ପ୍ରାୟ ୨୯ ଦେଶରେ ଏହି ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଏହି ରୋଗରେ ଶରୀରରେ ଚିକେନପକ୍ସ ଭଳି ଦାଗ ଦେଖିବାକୁ ମିଳୁଛି । ଏହି ରୋଗରେ କୌଣସି ରୋଗୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିନାହିଁ । କିନ୍ତୁ ରୋଗ ସଂକ୍ରାମକ ହେବା କାରଣରୁ ଲୋକଙ୍କ ମଧ୍ୟରେ ଡର ରହିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930