Indus Valley Times

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

 Breaking News

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ
January 06
18:13 2023

କଟକ,୬/୧: ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ଏହି ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମାମଲାର ତଦନ୍ତ ୩ ମାସ ଭିତରେ ଶେଷ କରିବାକୁ କ୍ରାଇମବ୍ରାଞ୍ଚ ଏସ୍ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାୟା ନଗରୀ ମୁମ୍ୱାଇରେ ମଡେଲିଂ କରୁଥିଲେ ସୌମ୍ୟ ରଞ୍ଜନ ପାଣିଗ୍ରାହୀ। ମହାମାରୀ କରୋନା ପାଇଁ ସେ ଘରକୁ ଫେରି ଆସିଥିଲେ। ସେ ଭୁବନେଶ୍ୱର ନନ୍ଦନ ବିହାର ପ୍ଲଟ୍ ନମ୍ୱର ଖଓଏ ୧୦୦ରେ ରହୁଥିଲେ।
ଭୁବନେଶ୍ୱରରେ ରହଣୀ ସମୟରେ ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପରସ୍ପରକୁ ଭଲ ପାଉଥିଲେ। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ପ୍ରେମ କାହାଣୀ ଦୁଇ ପରିବାର ଲୋକ ଜାଣିଥିଲେ। ଏପରିକି ଉଭୟଙ୍କ ବାହାଘର ସ୍ଥିର ହୋଇଥିଲା। ହେଲେ ହଠାତ୍ ଉଭୟଙ୍କ ଭିତରେ କ’ଣ ହେଲା ସୌମ୍ୟ ଝୁଲି ପଡ଼ିଲେ। ଆତ୍ମହତ୍ୟା ପୂର୍ବରୁ ଛାଡ଼ି ଯାଇଥିଲା ସୁଇସାଇଡ୍ ନୋଟ୍। ଯେଉଁଥିରେ ସେ ନିଜ ପ୍ରେମିକାଙ୍କ ବିରୋଧରେ ବହୁତ ଅକୁହା କଥା ଲେଖିଥିଲେ।
ସୁଇସାଇଡ୍ ନୋଟ୍ ମିଳିବା ପରେ ସୌମ୍ୟଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୌମ୍ୟଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକା ଦାୟି ବୋଲି ଏଫ୍ଆଇଆର୍ରେ ଦର୍ଶାଇଥିଲେ ପରିବାର ଲୋକ। ହେଲେ ପୁଲିସ୍ ସମ୍ପୃକ୍ତ ଯୁବତୀଙ୍କୁ ଜେରା କରିନଥିଲା। ଯାହାକୁ ନେଇ ସୌମ୍ୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସମ୍ପୃକ୍ତ ଯୁବତୀଙ୍କ ଗିରଫ ଦାବିରେ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସାମ୍ନାରେ ଧାରଣା ବସିଥିଲେ। ଏହା ସତ୍ତ୍ୱେ ପୁଲିସ୍ ତାଙ୍କୁ ଜେରା କରିନଥିଲା କି ଗିରଫ କରିନଥିଲା। ପୁଲିସ୍ଠାରୁ ନିରାଶ ହୋଇ ସୌମ୍ୟଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031