Indus Valley Times

ମଣିପୁର ସମସ୍ୟାର ଜନନୀ ହେଉଛି କଂଗ୍ରେସ, କିନ୍ତୁ ଖୁବଶୀଘ୍ର ସେଠାରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

 Breaking News

ମଣିପୁର ସମସ୍ୟାର ଜନନୀ ହେଉଛି କଂଗ୍ରେସ, କିନ୍ତୁ ଖୁବଶୀଘ୍ର ସେଠାରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

ମଣିପୁର ସମସ୍ୟାର ଜନନୀ ହେଉଛି କଂଗ୍ରେସ, କିନ୍ତୁ ଖୁବଶୀଘ୍ର ସେଠାରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ
August 10
20:10 2023

ନୂଆଦିଲ୍ଲୀ,୧୦/୮:ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ ମେଣ୍ଟ ଇଣ୍ଡିଆର ସମସ୍ତ ସାଂସଦ। ବିରୋଧୀ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ବିବୃତି ରଖନ୍ତୁ ବୋଲି ଦାବି କରି ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି।
ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ପ୍ରସଙ୍ଗରେ ନିଜର ବୟାନ ରଖିଛନ୍ତି । ଏକ କୋର୍ଟ ରାୟ କାରଣରୁ ଏହି ହିଂସା ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ହିଂସାର ଅବସାନ ପାଇଁ ପଦକ୍ଷେପ ନେଉଛନ୍ତି ଓ ଖୁବଶୀଘ୍ର ଶାନ୍ତି ବିରାଜମାନ କରିବ ।
ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଅପରାହ୍ନ ପ୍ରାୟ ୫.୦୮ରୁ ଅନାସ୍ଥା ପ୍ରସ୍ତାବ ଉପରେ ଭାଷଣ ଆରମ୍ଭ କରିଥିଲେ। ସେ ପ୍ରଥମରୁ ବିରୋଧୀଙ୍କ ଉପରେ ବର୍ଷିଥିଲେ। ନିଜ ସରକାରର ସଫଳତା ବଖାଣିଥିଲେ। ଏଥିସହ ସେ କ୍ରମାଗତ ଭାବେ କଂଗ୍ରେସ ଓ ନିକଟରେ ବିରୋଧୀ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ସମାଲୋଚନା କରିଥିଲେ।
ଭାରତର ଅର୍ଥନୀତି ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ପ୍ରାୟ ୨ ଘଣ୍ଟା ଧରି ମୋଦି ଏସବୁ ବିଷୟରେ କହିଥିଲେ ମଧ୍ୟ ମଣିପୁର ପ୍ରସଙ୍ଗ ଉଠାଇ ନଥିଲେ। ତେଣୁ ବିରୋଧୀ ଅସନ୍ତୋଷ ପ୍ରକାଶ କରି କକ୍ଷ ତ୍ୟାଗ କରିଛନ୍ତି।
ବିରୋଧୀ ଦଳର ସଦସ୍ୟ କକ୍ଷ ତ୍ୟାଗ କରୁଥିବା ବେଳେ ମୋଦି ମଣିପୁର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, “ଯଦି ବିରୋଧୀ ଗୃହ ମନ୍ତ୍ରୀଙ୍କ କଥା ଅନୁସାରେ କେବଳ ମଣିପୁର ଉପରେ ଆଲୋଚନା କରିବାକୁ ରାଜି ହୋଇଥାଆନ୍ତେ, ତା’ହେଲେ ଏପରି କିଛି ହୋଇ ନଥାଆନ୍ତା। ସେମାନଙ୍କୁ ମଧ୍ୟ ମଣିପୁର ପ୍ରସଙ୍ଗରେ କହିବାକୁ ଅଧିକ ସୁଯୋଗ ମିଳି ଥାଆନ୍ତା। ହେଲେ ସେମାନେ ଶୁଣିବାର ଧୈର୍ଯ୍ୟ ନ ରଖି ଗଣତନ୍ତ୍ରକୁ ଅପମାନିତ କରିଛନ୍ତି।”
ବିରୋଧୀ କକ୍ଷ ତ୍ୟାଗ କରିବା ପରେ ମଣିପର ପ୍ରସଙ୍ଗ କଥା ଉଠାଥିଲେ। ମଣିପୁରବାସୀଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ସେ ନିବେଦନ କରିଛନ୍ତି। ଏଥିସହ ଦୋଷୀଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ସେ ପୁଣି ଉତ୍ତରପୂର୍ବ ଅଞ୍ଚଳରେ ଘଟିଥିବା ଇତିହାସର ଚିଠା ଖୋଲିଛନ୍ତି।
ମୋଦି କହିଛନ୍ତି, “ଖୁବ୍ ଶୀଘ୍ର ମଣିପୁରରେ ବିଶ୍ୱାସ ଓ ଶାନ୍ତିର ସୂର୍ଯ୍ୟ ଉଦୟ ହେବ। ମଣିପୁରବାସୀଙ୍କୁ କହିବାକୁ ଚାହୁଁଛି ଯେ ଦେଶ ଆପଣଙ୍କ ସାଥିରେ ଅଛି ମଣିପୁର ପୁଣି ଦ୍ରୁତଗତିରେ ବିକାଶ ମୁହାଁ ହେବ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930