Indus Valley Times

ମତଦାନ କେନ୍ଦ୍ର ସୁବ୍ୟବସ୍ଥା କରଣ ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳ ବୈଠକ

 Breaking News

ମତଦାନ କେନ୍ଦ୍ର ସୁବ୍ୟବସ୍ଥା କରଣ ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ରାଜନୈତିକ ଦଳ ବୈଠକ

December 10
19:45 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୦/୧୨ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ଵାନ୍ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ୧ ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନ ୮ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସାବ୍ୟସ୍ତ କେନ୍ଦ୍ର ତଥା ଭୋଟ ଦାନ କେନ୍ଦ୍ର ଗୁଡ଼ିକର ସୁବ୍ୟବସ୍ଥା କରଣ କରିବା ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।
ଉକ୍ତ ବୈଠକରେ ବିଜୁ ଜନତା ଦଳ, ଜିଲ୍ଲା ଉପସଭାପତି ଉମାକାନ୍ତ ପଟ୍ଟନାୟକ, ଭାରତୀୟ ଜାତୀୟ କଂଗ୍ରେସ ଜିଲ୍ଲା ଉପସଭାପତି ସୌମ୍ୟ ପଟ୍ଟନାୟକ, ସି ପି ଆଈ (ଏମ)ର କର୍ମକର୍ତ୍ତା ଅନନ୍ତ ମଙ୍ଗରାଜ, ଭାରତୀୟ ଜନତା ପାର୍ଟି ର ବଦ୍ରି ନାରାୟଣ ଦାସ ,ଆମ ଆଦମୀ ପାର୍ଟି ର ପ୍ରଶାନ୍ତ କୁମାର ରଣସିଂହ, ଡେପୁଟି କଲେକ୍ଟର ନିର୍ବାଚନ,ମନୋଜ କୁମାର ସେନାପତି, ରଞ୍ଜନ କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ନିର୍ବାଚନ କାର୍ଯ୍ୟାଳୟ ବରିଷ୍ଠ ସହାୟିକା ସାଗରିକା ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଅଧ୍ୟକ୍ଷତା କରି କହିଲେ ଯେ ନୂତନ ଭାବେ କରାଯାଇଥିବା ଭୋଟ କେନ୍ଦ୍ର ଓ ସ୍ଥାନାନ୍ତର ହୋଇଥିବା ଭୋଟ କେନ୍ଦ୍ର ଗୁଡ଼ିକ ଲୋକମାନେ ଜାଣିବା ପାଇଁ ସମସ୍ତ ରାଜନୈତିକ ଦଳ ସେମାନେ ତାଙ୍କର ପ୍ରତିନିଧି ପଠାଇ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।
ଖୋର୍ଦ୍ଧା ଜିଲ୍ଲାରେ ପୂର୍ବ ସାଧାରଣ ନିର୍ବାଚନ ସମୟରେ ୧୯୬୧ ମତଦାନ କେନ୍ଦ୍ର ଥିବାବେଳେ ଭାରତର ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ସମ୍ପ୍ରସାରଣ ହୋଇ ୨୦୨୫ ମସିହାରେ ୨୪୩୪ ମତଦାନ କେନ୍ଦ୍ର ସ୍ଥିରିକରଣ କରାଯାଇଛି ।
୧୧୧ ଜୟଦେବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୂର୍ବ ମତଦାନ କେନ୍ଦ୍ର ୨୩୬ ଥିବାବେଳେ ନୂତନ ଭାବେ ୧୫ ଗୋଟି ମତଦାନ କେନ୍ଦ୍ର କରାଯାଇ ମୋଟ ୨୫୧ ମତଦାନକେନ୍ଦ୍ର ହୋଇଅଛି ।
ସେହିପରି ୧୧୨ ଭୁବନେଶ୍ୱର ମଧ୍ୟ ପୂର୍ବରୁ ୨୦୨ ଥିବାବେଳେ ନୂତନ ଭାବେ ୧୭ ଗୋଟି ମତଦାନ କେନ୍ଦ୍ର ବର୍ଦ୍ଧିତ କରାଯାଇ ମୋଟ ୨୧୯, ୧୧୩ ଭୁବନେଶ୍ୱର ଉତ୍ତର ୨୬୯ ଥିବାବେଳେ ୩ ଗୋଟି ସ୍ଥାନାନ୍ତର ଓ ୮୭ ଗୋଟି ନୂତନ ମତଦାନ କେନ୍ଦ୍ରକୁ ନେଇ ମୋଟ ୩୫୬ ଗୋଟି,୧୧୪ ଏକାମ୍ର ଭୁବନେଶ୍ୱର ପୂର୍ବରୁ ୨୪୮ ଥିବା ବେଳେ ୨୮ ବୃଦ୍ଧି ହୋଇ ୨୭୬ ଗୋଟି,୧୧୫ ଜଟଣୀ ପୂର୍ବରୁ ୨୬୨ ଥିବାବେଳେ ୮୪ ଗୋଟି ବୃଦ୍ଧି କରାଯାଇ ୨୪୬ ଗୋଟି,୧୧୬ ବେଗୁନିଆ ପୂର୍ବରୁ ୨୩୯ ଥିବାବେଳେ ୪ ଗୋଟି ସ୍ଥାନାନ୍ତର କେନ୍ଦ୍ରକୁ ଓ ୬୭ ବୃଦ୍ଧି କେନ୍ଦ୍ରକୁ ନେଇ ମୋଟ ୩୦୭ ମତଦାନ କେନ୍ଦ୍ର,୧୧୭ ଖୋର୍ଦ୍ଧା ପୂର୍ବରୁ ୨୪୮ କେନ୍ଦ୍ର ଥିବାବେଳେ ୧୧ ଗୋଟି ସ୍ଥାନାନ୍ତର ଓ ୯୧ ଗୋଟି ନୂତନ କେନ୍ଦ୍ରକୁ ନେଇ ମୋଟ ୩୪୮ ଏବଂ ୧୧୮ ଚିଲିକା ପୂର୍ବରୁ ୨୪୮ ଥିବାବେଳେ ୧ ଗୋଟି ସ୍ଥାନାନ୍ତର ଓ ୮୪ ଗୋଟି ନୂତନ କେନ୍ଦ୍ରକୁ ନେଇ ମୋଟ ୩୩୨ ଗୋଟି ମତଦାନ କେନ୍ଦ୍ର କରାଯାଇଅଛି ।
ବିସ୍ତୃତ ଭାବେ ସୂଚନା ମୁତାବକ ପୂର୍ବରୁ ଜିଲ୍ଲାରେ ୧୯୬୧ ଗୋଟି ବୁଥ ଥିବା ବେଳେ ସ୍ଥାନାନ୍ତର ମତଦାନ କେନ୍ଦ୍ର ୧୯ ଓ ନୂତନ ମତଦାନ କେନ୍ଦ୍ର ୪୭୩ ଗୋଟିଏ ନେଇ ମୋଟ ୨୦୨୫ ମସିହାରେ ଜିଲ୍ଲାରେ ୨୪୩୪ ଗୋଟି ମତଦାନ କେନ୍ଦ୍ର ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ସ୍ଥିରୀକୃତ ହୋଇଅଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930