Indus Valley Times

ମତଦାନ ବେଳେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

 Breaking News

ମତଦାନ ବେଳେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ମତଦାନ ବେଳେ ଅଘଟଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
June 01
11:50 2024

ନୀଳଗିରି, ୧/୬: ଭୋଟ ଦେବାକୁ ଆସି ବୁଥ୍ ଭିତରେ ଟଳି ପଡ଼ିଲେ ବୃଦ୍ଧ। ତତକ୍ଷଣାତ୍ ତାଙ୍କୁ ଈଶ୍ୱରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ
ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା। ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର ୧୫୯ ନଂ ବୁଥରେ ବୃଦ୍ଧ ସୁରେନ୍ଦ୍ର ମହାନ୍ତି ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଭୋଟ ଦେବାକୁ ଆସିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ତାଙ୍କର ବୟସ ୬୭ ବର୍ଷ ବୋଲି ସୂଚନା ରହିଛି।
ଶେଷ ପର‌୍ୟ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର‌୍ୟ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱରରେ ୭.୭୭ ପ୍ରତିଶତ ମତଦାନ ହୋଇଥିବାବେଳେ, ଭଦ୍ରକରେ ୭.୭୯ ପ୍ରତିଶତ ମତଦାନ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031