Legatus

ମତ ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଖାଇଲେ କାଳି ବୋଳା ଆଙ୍ଗୁଠି

 Breaking News

ମତ ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଖାଇଲେ କାଳି ବୋଳା ଆଙ୍ଗୁଠି

ମତ ସାବ୍ୟସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦେଖାଇଲେ କାଳି ବୋଳା ଆଙ୍ଗୁଠି
May 25
11:40 2024

ନୂଆଦିଲ୍ଲୀ,୨୫/୫: ଲୋକ ସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ତାଙ୍କ କାଳି ଲଗାଯାଇଥିବା ଆଙ୍ଗୁଠି ଦେଖାଇଛନ୍ତି।
ସୂଚନାଯୋଗ୍ୟ, ସାତ-ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟରେ, ମେ’ ୨୫ ଶନିବାର ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ଆସନ ପାଇଁ ଭୋଟ ଦିଆଯାଉଛି। ଷଷ୍ଠ ପର୍ଯ୍ୟାୟରେ ୮୮୯ଜଣ ପ୍ରାର୍ଥୀ ନିର୍ବାଚନରେ ଅଛନ୍ତି।
ଏହି ପର୍ଯ୍ୟାୟରେ ବିହାରର ୮ଟି ଆସନ, ହରିୟାଣାର ସମସ୍ତ ୧୦ଟି ଆସନ, ଝାଡ଼ଖଣ୍ଡର ୪ଟି ଆସନ, ଦିଲ୍ଲୀର ସମସ୍ତ ୭ଟି ଆସନ, ଓଡ଼ିଶାର ୬ଟି ଆସନ, ଉତ୍ତରପ୍ରଦେଶର ୧୪ଟି ଆସନ, ପଶ୍ଚିମବଙ୍ଗର ୮ଟି ଆସନ ଏବଂ ଜମ୍ମୁ-କଶ୍ମୀରର ଗୋଟିଏ ଆସନରେ ଭୋଟ ଗ୍ରହଣ କରାଯାଉଛି। ଜମ୍ମୁ କଶ୍ମୀରର ଭୋଟ ସମୟ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ପର‌୍ୟ୍ୟନ୍ତ ରଖାଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930