Legatus

ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସଜିଦ ନିକଟରେ ଗୈରିକ ପତାକା ଲଗାଇ ୫ ଗିରଫ

 Breaking News

ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସଜିଦ ନିକଟରେ ଗୈରିକ ପତାକା ଲଗାଇ ୫ ଗିରଫ

ମଥୁରାରେ ରାମ ନବମୀ ଶୋଭାଯାତ୍ରା ବେଳେ ମସଜିଦ ନିକଟରେ ଗୈରିକ ପତାକା ଲଗାଇ ୫ ଗିରଫ
April 01
11:07 2023

ଚଣ୍ଡିଗଡ,୧/୪: ଗୁରୁବାର ରାମ ନବମୀ ଶୋଭାଯାତ୍ରା ଅବସରରେ ଦେଶର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଖବର ସାମ୍ନାକୁ ଆସିଥିଲା। ହରିଆଣାରେ ମଧ୍ୟ ରାମ ନବମୀରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।
ରାଜ୍ୟର ଖାରଖୋଡା ମସ୍ଜିଦରେ ଧାର୍ମିକ ସ୍ଲୋଗାନ ଦେବା ସହ ଗୈରିକ ପତାକା ଲଗାଇବା ଅଭିଯୋଗ ହୋଇଛି। ଯାହା ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ୫ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ କିଛି ଲୋକ ଗୈରିକ ପତାକା ଧରି ଖାରଖୋଡା ମସ୍ଜିଦରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।
ଖାରଖୋଡା ପୋଲିସ ଅଧିକାରୀ କହିଛନ୍ତି ଯେ, ସେମାନେ ଏକ ମାମଲା ରୁଜୁ କରି ଏ ପର‌୍ୟ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ଲୋକଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଛି । ଏଥି ସହିତ ସେ କହିଛନ୍ତି ଯେ, ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଖାରଖୋଡାଠାରେ ଏକ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930