Indus Valley Times

ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

 Breaking News

ମଦ ବିରୋଧୀ ଆନ୍ଦୋଳନକୁ ଓହ୍ଲାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ

October 10
20:15 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୌଦ୍ଧ/ସାହାଜପାଲ,୧୦/୧୦: ବୌଦ୍ଧବ୍ଲକ୍ ମୁଣ୍ଡିପଦର ଗ୍ରାମ ପଞ୍ଚାୟତର ପଲସପାଟ ଗ୍ରାମର ମହିଳାମାନେ ଗ୍ରାମରେ ଖୋଲିଥିବା କୁଚିଆ ମଦଦୋକାନ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମରେ ଗଠିତ ହୋଇଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଗ୍ରାମକୁ ମଦମୁକ୍ତ କରିବାପାଇଁ ଗ୍ରାମ କମିଟି ଆଗରେ ଦାବି କରିଥିଲେ । ଗାଆଁରେ ବୈଠକ ବସି ଗ୍ରାମବାସୀ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ । ଫଳରେ ଗ୍ରାମରେ କୁଚିଆମଦ ବିକ୍ରୀ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗ୍ରାମର ମହିଳାମାନେ ଆଉ ମଦ ନ ବିକିବା ପାଇଁ ତାଗିଦ କରିଥିବା ଜଣାପଡିଛି । ନିକଟରେ ଥିବା ହରିପୁର ଦେଶୀ ମଦଭାଟି ତରଫରୁ ବିଭିନ୍ନ ଗ୍ରାମରେ କୁଚିଆ ମଦ ଦୋକାନ ଖୋଲିବାକୁ ଉତ୍ସାହିତ କରୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ଯାହାବି ହେଉ ପଲସପାଟ ଗ୍ରାମର ମହିଳାମାନେ ସଚେତନ ହୋଇ ମଦବିରୋଧୀ ଆନ୍ଦୋଳନକୁ ଆରମ୍ଭ କରିଥିବାରୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031