Indus Valley Times

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ଅସୁସ୍ଥ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

 Breaking News

ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି, ଅସୁସ୍ଥ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି

August 02
18:15 2025

ବଲାଙ୍ଗୀର, ୨/୮ : ମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଛି । ଯାହାକୁ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି ।
ସମସ୍ତଙ୍କୁ ଟିଟିଲାଗଡ଼ ପିପଲ ପଦରରେ ଥିବା ଏମସିଏଚ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବିଧାୟକ ଲକ୍ଷ୍ମଣବାଗ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ।
ଶନିବାର ସକାଳୁଆ ସ୍କୁଲ ଚାଲିଥିବାବେଳେ ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ମ ଭୋଜନ ଖାଇବା ପରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସମସ୍ତଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା ।
ଏହା ପରେ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ପିଲାମାନେ ସୁସ୍ଥ ଅନୁଭବ କରିଥିଲେ । ଖାଦ୍ୟରେ ଝିଟିପିଟି ପଡ଼ିଥିଲା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ମେଡ଼ିକାଲର ସମସ୍ତ ଡାକ୍ତର ଏବଂ ନର୍ସମାନଙ୍କୁ ଚିକିତ୍ସାରେ ନିୟୋଜିତ କରାଯାଇଥିବା ଏସଡିଏମଓ ଡାକ୍ତର ପ୍ରଦୀପ କୁମାର ନାୟକ କହିଛନ୍ତି କ୍ଷ
ସେପଟେ ଖବର ପାଇ ବିଧାୟକ ଲକ୍ଷ୍ମଣ ବାଗ ମେଡ଼ିକାଲରେ ପହଁଚି ପିଲାମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ସହିତ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ତଥା ପାଚକ ପାଚିକାମାନଙ୍କ ଅସାବଧାନତା ତଥା ଅବହେଳା ଯୋଗୁଁ ଏକ ଭୟଙ୍କର ଅଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତୀ ଯାଇଛି ବୋଲି କହିଛନ୍ତି କ୍ଷ
ସ୍କୁଲ କର୍ତ୍ତୃପକ୍ଷ ପ୍ରଥମେ ମଧ୍ୟାହ୍ନ ଭୋଜନ ନିଜେ ଖାଇବା ପରେ ଛାତ୍ରଛାତ୍ରୀମାନଙ୍କୁ ଦେବାକୁ କହିଛନ୍ତି । ତେବେ ସମସ୍ତ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛନ୍ତି । ଘଟଣାରେ ଯାହାର ଅବହେଳା ଥିବ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି କ୍ଷ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031