Indus Valley Times

ମମିତା ମେହେରଙ୍କୁ ଉଚିତ ନ୍ୟାୟ ଦାବିରେ ବାଲିଗୁଡା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

 Breaking News

ମମିତା ମେହେରଙ୍କୁ ଉଚିତ ନ୍ୟାୟ ଦାବିରେ ବାଲିଗୁଡା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

October 23
20:30 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ନଗର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।କଳାହାଣ୍ଡି ଜିଲ୍ଲା ର ସନ ସାଇନ ପବ୍ଲିକ ସ୍କୁଲ ର ଅଧକ୍ଷ୍ୟା ତଥା ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଗାନ୍ଧୀ ଛକ ଠାରେ ବାଲିଗୁଡା ନଗର ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ଜୀବନ୍ତ ଜାଳିଦେଇ ହତ୍ୟା ଘଟଣା ରେ ସମ୍ପୃକ୍ତ ଥିବା ଅଭିଯୋଗରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଏବଂ ଗିରଫ ଦାବି କରିଛି ବିଜେପି ଯୁବମୋର୍ଚା । ବାଲିଗୁଡା ଯୁବମୋର୍ଚା ସଭାପତି ସୁଭାଶିଷ ମିଶ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ହନୁମାନ ମନ୍ଦିର ରୁ ପଦଯାତ୍ରା ରେ ବାହାରି ଗାନ୍ଧୀ ଛକ ରେ ପହଂଚିଥିଲା ।
ସେଠାରେ ଦଳୀୟ କର୍ମୀ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ଦାବିକରିବା ସହ ଯୁବମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବାଲିଗୁଡା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟନାୟକ, ରମାନନ୍ଦ ଘଡେଇ, ଯୁବମୋର୍ଚ୍ଚ ନଗର ଉପସଭାପତି ରୋମ୍ୟ ଜିତ ପଣ୍ଡା, ସମ୍ପାଦକ ଆଶିଷ କୁମାର ସାହୁ, ସମେତ ବହୁ ବିଜେପି କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ ରେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031