Indus Valley Times

ମମିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ

 Breaking News

ମମିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ

ମମିତା ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ତେଜୁଛି ଆନ୍ଦୋଳନ
October 20
23:59 2021

ଭୁବନେଶ୍ୱର,୨୦/୧୦: ବହୁଚର୍ଚ୍ଚିତ ମମିତା ମୃତ୍ୟୁ ଘଟଣାକୁ ନେଇ ରାଜ୍ୟସାରା ପ୍ରତିବାଦ ଦେଖିବାକୁ ମିଳିଛି । ସବୁଠି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନ କରିଛନ୍ତି ବିରୋଧୀ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରି ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିରୋଧୀ ବିକ୍ଷୋଭ ପ୍ରଦଶନ କରିଛନ୍ତି ।ଖାଲି ସେତିକି ନୁହେଁ ଏହି ଘଟଣାରେ ଜାଳତୀୟ ମହିଳା କମିଶନ ମଧ୍ୟ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ସେ ମଧ୍ୟ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ କହିଛନ୍ତି । ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ଘଟଣାରେ ସମ୍ପୃକ୍ତି ନେଇ ବିରୋଧୀମାନେ ଶାସକ ଦଳକୁ ଘେରିବାରେ ଲାଗିଛନ୍ତି। ତୁରନ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ଏହି ଘଟଣାର ସିବିଆଇ ଦ୍ୱାରା ତଦନ୍ତ ହେଉ ବୋଲି ବିଜେପି ଦାବି କରିଆସୁଛି। ଆଉ ଏହାରି ଭିତରେ କଲେଜରେ ପ୍ରଶାସନର ଏହି ଯାଞ୍ଚ ଏହି ଘଟଣାକୁ ନୂଆ ଦିଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।
ଖାଲି ସେତିକି ନୁହେଁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ନବୀନ ନିବାସ ଆଗାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅନ୍ୟପଟେ ଉଭୟ କଂଗ୍ରେସ ଓ ବିଜେପି ନେତୃମଣ୍ଡଳି ରାଜ୍ୟପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ।
ତେବେ ପୋଲିସ ଛାଉଣି ସତ୍ତ୍ୱେ ଛାତ୍ର କଂଗ୍ରେସ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ଼ କରାଯାଇଛି । ଛାତ୍ରକଂଗ୍ରେସର କର୍ମୀମାନେ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିଥିଲେ । ମନ୍ତ୍ରୀଙ୍କ ଘରେ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀମାନେ । ଏହି ସମୟରେ ପୋଲିସ କର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । ପରେ ସମସ୍ତଙ୍କୁ ପୋଲିସ ସେଠାରୁ ଉଠାଇ ନେଇଥିଲା ।
ଅନ୍ୟପଟରେ ଘଟଣାରେ ସ୍ଥାନୀୟ ପ୍ରଶାସନ ଏବେ ସମ୍ପୃକ୍ତ କଲେଜରେ ପହଞ୍ଚିଛି। ପ୍ରଶାସନ ତରଫରୁ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କଲେଜରେ ପହଞ୍ଚିଛନ୍ତି। କଲେଜକୁ କେଉଁଠୁ ଅର୍ଥ ଆସୁଥିଲା ସେନେଇ ଏବେ ଯାଞ୍ଚ ଚାଲିଛି। ତା ସହିତ କଲେଜର ସମସ୍ତ କାଗଜପତ୍ରକୁ ମଧ୍ୟ ପ୍ରଶାସନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ଏବେ ରହସ୍ୟ ଖୋଲିବାରେ ଲାଗିଛ। କଲେଜର ମାଲିକ ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଥିଲା ବୋଲି ସ୍ପଷ୍ଟ ହୋଇଛି। ତେବେ ଏହା ପଛରେ ପରକୀୟା ପ୍ରୀତି ହିଁ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି, ଯାହା ଫଳରେ ମମିତାଙ୍କ ତଣ୍ଟିଚିପି ଗୋବିନ୍ଦ ତାଙ୍କୁ ହତ୍ୟା କରିଥିଲା। ହେଲେ ଏହି ଘଟଣାକୁ ନେଇ ଏବେ ବିରୋଧୀମାନେ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି।
ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ଘଟଣାରେ ସମ୍ପୃକ୍ତି ନେଇ ବିରୋଧୀମାନେ ଶାସକ ଦଳକୁ ଘେରିବାରେ ଲାଗିଛନ୍ତି। ତୁରନ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ଏହି ଘଟଣାର ସିବିଆଇ ଦ୍ୱାରା ତଦନ୍ତ ହେଉ ବୋଲି ବିଜେପି ଦାବି କରିଆସୁଛି। ଆଉ ଏହାରି ଭିତରେ କଲେଜରେ ପ୍ରଶାସନର ଏହି ଯାଞ୍ଚ ଏହି ଘଟଣାକୁ ନୂଆ ଦିଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031