Legatus

ମର୍ଜାକୁଦ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ

 Breaking News

ମର୍ଜାକୁଦ ଗ୍ରାମରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ

December 06
10:28 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ;୬/୧୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ତରଫରୁ ଓଡିଶା ସରକାରଙ୍କର ସମନ୍ଵିତ ଯୁବ ଉନ୍ନୟନ ପ୍ରକଳ୍ପ ଅନ୍ତର୍ଗତ ଯୁବ ଓଡିଶା ନବୀନ ଓଡିଶା ଯୋଜନା ଅନୁସାରେ ମହାନଦୀ ର ମଧ୍ୟ ଭାଗରେ ଥିବା ମର୍ଜାକୁଦ ଗ୍ରାମରେ ଏକ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବିପର୍ଯ୍ୟୟ ର ମୁକାବିଲା, ପ୍ରାଥମିକ ଚିକିତ୍ସା ଏବଂ ଜରୁରୀ କାଳୀନ ଉଦ୍ଧାର ଉପରେ ତାଲିମ୍ ପ୍ରଦାନ କରାଯାଇଛି । ମୁଖ୍ୟ ତାଲିମ ଦାତା ଭାବରେ ରେଡ୍ କ୍ରସ ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସମିତିର ସଦସ୍ୟ ତଥା ମାଷ୍ଟର ଟ୍ରେନର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଯୋଗଦେଇ ଗ୍ରାମବାସୀ ମାନଙ୍କୁ ଓଡିଶା ସରକାରଙ୍କ ସଫଳ ବିପର୍ଯ୍ୟୟ ପରିଚାଳନା, ବିପର୍ଯ୍ୟୟ ର ପ୍ରକାର ଭେଦ, ଉଦ୍ଧାର ଓ ଜରୁରୀ ସହାୟତା ଉପରେ ତାଲିମ୍ ପ୍ରଦାନ କରିଥିଲେ ।
ଅନ୍ୟ ତାଲିମ ଦାତା ଭାବରେ ଯୁବ ରେଡକ୍ରସ ର ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ଵର ଯୋଶୀ ପ୍ରାଥମିକ ଚିକିତ୍ସା ଉପରେ ତାଲିମ୍ ପ୍ରଦାନ କରିଥିଲେ ।
ଏଥିରେ ଦୂର୍ଘଟଣା ,ରକ୍ତ କ୍ଷରଣ , ପୋଡ଼ା ଘାଆ, ଅଂଶୁଘାତ, ସାପ କାମୁଡା, ଗ୍ୟାସ୍ ଚୁଲା ରେ ନିଅଁକ୍ଷ ଲାଗିଲେ କିପରି ମୁକାବିଲା କରିବେ ସେ ବିଷୟରେ ତାଲିମ୍ ପ୍ରଦାନ କରାଯାଇଥିଲା ।
ଏହି ତାଲିମ୍ କାର୍ଯ୍ୟକ୍ରମ ରେ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ଗ୍ରାମବାସୀ ଓ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ କ୍ଷ ଏଥିରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଜିଲ୍ଲା ନୋଡାଲ ଅଫିସର ଅଧ୍ୟାପିକା ଗୀତାଞ୍ଜଳି ମହାପାତ୍ର, ଅଧ୍ୟାପିକା ସୁଜାତା ସାହୁ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ନାରୀ ଜାଗରଣ ଉପରେ ବକ୍ତବ୍ୟ ରଖିଥିଲେ ।
ଅଧ୍ୟାପିକା ରତ୍ନପ୍ରଭା ସେଠି, ଅଧ୍ୟାପିକା ଆଶା କିରଣ ଚୌଧୁରୀ ବହୁ ସହୋଯାଗ କରିଥିଲେ । ମହାବିଦ୍ୟାଳୟ ର ଅନ୍ୟ ଅଧ୍ୟାପକ ମାନେ ମଧ୍ୟ ଉପସ୍ଥିତ ଥିଲେ । ପଞ୍ଚାୟତ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ର ଯୁବ ରେଡକ୍ରସ ର ସ୍ୱେଚ୍ଛାସେବୀ ମାନେ ଏଥିରେ ବହୁ ସହୋଯାଗ କରିଥିଲେ ।
ଅଧ୍ୟାପକ ମାନେ ମହାବିଦ୍ୟାଳୟ ରେ ପାଠ ପଢିବା ସହ ଗ୍ରାମକୁ ଯାଇ ଗ୍ରାମବାସୀ ମାନଙ୍କୁ ବିଭିନ୍ନ ବିଷୟରେ ଶିକ୍ଷା ଦାନ କରି ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।
ଗଂଜେଇ ମାମଲା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ
ବୌଦ୍ଧ,୬/୧୨: ବୌଦ୍ଧଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ ଏକ ଗଂଜେଇ ମାମଲାର ବିଚାର କରି ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ମାମଲାରୁ ପ୍ରକାଶଯେ ଗତ ୩୧.୭.୨୦୧୯ରିଖରେ ତାରିଖରେ ବିଶେଷ ସୁତ୍ରରୁ ଖବର ପାଇ ବୌଦ୍ଧ ପୁଲିସ ସହର ନିକଟସ୍ଥ ବ୍ରିଜ ଛକ ଠାରେ ଏକ ପାନ ଓ ଚା ଦୋକାନ କେବିନ ଉପରେ ସନ୍ଧ୍ୟା ସମୟରେ ଚଢାଉ କରିଥିଲେ ।
ପୁଲିସ କେବିନ ଭିତରେ ଥିବା ମାଲିକ ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗ୍ରାମର ବିଭୁତି ବେହେରାକୁ ପଚରାଊଚରା କରିବା ସହ କେବିନ ଭିତରକୁ ୧ କେଜି ୧୦୦ ଗ୍ରାମ ଗଂଜେଇ ଜବତ କରିଥିଲା । ଏନେଇ ପୁଲିସ ପକ୍ଷରୁ ଥାନା କେସେ ନଂ ୧୭୨ /୧୯ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ମାମଲାଟି ପରିବର୍ତି ସମୟରେ ବୌଦ୍ଧଜିଲ୍ଲା ଦୌରାଜଜଙ୍କ ଅଦାଲତରେ ସ୍ପେଶାଲ କେସ ୫୧/୨୦୧୯ ହୋଇ ବିଚାର ହୋଇଥିଲା । ମାମଲାରେ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପ୍ରମାଣ ଅଭାବରୁ ଅଦାଲତ ଅଭିଯୁକ୍ତ ବିଭୁତି ବେହେରାକୁ ନିଦ୍ଦୋର୍ଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ମାମଲାକୁ ଆଇନଜୀବୀ ଅଶୋକ କୁମାର ସାହୁ ପରିଚାଳନା କରୁଥିଲେ ।
ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳାର ତୃତୀୟ ସନ୍ଧ୍ୟା:ସାଂପ୍ରତିକ ସାହିତ୍ୟରେ ମାନବୀୟ ଚେତନା ଶୀର୍ଷକ ଉପରେ ଆଲୋଚନାଚକ୍ର
ବୌଦ୍ଧ,୬/୧୨: ସ୍ଥାନୀୟ କଚେରୀ ଖେଳ ପଡିଆଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ୱାରା ଆୟୋଜିତ ଅଷ୍ଟାଦଶ ବୌଦ୍ଧ ପୁସ୍ତକମେଳାର ତୃତୀୟ ସନ୍ଧ୍ୟାରେ ପୁସ୍ତକମେଳା ମଞ୍ଚରେ ନୀଳଚକ୍ର ସାହିତ୍ୟ ସଂସଦ ଓ ବୌଦ୍ଧଚକ୍ର ମିଳିତ ଆନୁକୂଲ୍ୟରେ ପ୍ରଥମ ଅଧିବେଶନରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ ।
ଏହାପରେ ଦ୍ୱିତୀୟ ଅଧିବେଶନରେ ନୀଳଚକ୍ର ସାହିତ୍ୟ ସଂସଦ ପକ୍ଷରୁ ‘ସାଂପ୍ରତିକ ସାହିତ୍ୟରେ ମାନବୀୟ ଚେତନା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।
ସଂସଦର ସଭାପତି ଡ. ସଞ୍ଜୟ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ର ରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ଗଣିତ ବିଭାଗ ମୁଖ୍ୟ ପ୍ରଫେସର ଡ. ଅରୁଣ କୁମାର ତ୍ରିପାଠୀ, ସାମ୍ୱାଦିକ ଯୁଗଳ କିଶୋର ସାମଲ, ଗାଳ୍ପିକ ତଥା ସାହିତ୍ୟିକ ହାଡିବନ୍ଧୁ ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ବ୍ରହ୍ମପୁର ଡ. ଅରୁଣ କୁମାର ତ୍ରିପାଠୀ ଯୋଗଦେଇଥିବାବେଳେ ସମୀକ୍ଷକ ତଥା ବିଶିଷ୍ଟ ବକ୍ତା ଭାବେ ତ୍ରିଧାରା ସାହିତ୍ୟ ସଂସଦ ସଂପାଦକ ଡ. ଲକ୍ଷ୍ମୀନାରାୟଣ ଦାଶ ଯୋଗଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଡ. ସଞ୍ଜୟ କୁମାର ପଣ୍ଡାଙ୍କ ଲିଖିତ ପୁସ୍ତକ ‘ଭାବର ନାମ ଅନାମିକା’ ଉନ୍ମୋଚିତ ହୋଇଥିଲା ।
ସାହିତ୍ୟିକ ସତ୍ୟ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ମଞ୍ଚାସୀନ ଅତିଥିମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଣାମ ଅନୁଷ୍ଠାନ ବୌଦ୍ଧ ଓ ଷ୍ଟେଟ ବ୍ରିଗେଡ ସ୍କୁଲର ଛାତ୍ରଛାତ୍ରୀ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ପୁସ୍ତକମେଳା ପଡିଆରେ ଆଜି ବହୁସଂଖ୍ୟାରେ ପୁସ୍ତକପ୍ରେମୀ ପୁସ୍ତକ କିଣୁଥିବାବେଳେ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଧ୍ୟ ମଜା ନେଉଥିବା ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ଦର୍ଶକମାନେ ଭରପୁର ଉପଭୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31