Indus Valley Times

ମହଙ୍ଗା ପଡିଲା ପରକୀୟା ପ୍ରୀତି, ବିବାହିତ ମହିଳା ଙ୍କ ସହିତ ପ୍ରେମିକ ଥାନାରେ ଅଟକ

 Breaking News

ମହଙ୍ଗା ପଡିଲା ପରକୀୟା ପ୍ରୀତି, ବିବାହିତ ମହିଳା ଙ୍କ ସହିତ ପ୍ରେମିକ ଥାନାରେ ଅଟକ

November 12
17:54 2022

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୂଆଗାଁ ,୧୨/୧୧: ବିବାହିତ ମହିଳା ଙ୍କ ସହିତ ପ୍ରେମିକ ଥାନାରେ ଅଟକ। ଏହିଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ା ଝୋଲା ଫାଣ୍ଡି ଅଧୀନରେ ଥିବା ଗୁମୀ ଗ୍ରାମରେ ଜଣେ ବିବାହିତ ମହିଳା ଙ୍କ ସହ ପ୍ରେମ କରି ଜୁବକ ହରଡ଼ ଘଣାରେ ପଡିଥୀବା ଦେଖିବାକୁ ମିଳିଛି।
ସ୍ୱାମୀ ଗୋଲଖ ନାଏକ ବାହାରେ ରହି ରୋଜଗାର କରିବା ପାଇଁ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଛବି ନାଏକ ଭୁବନେଶ୍ୱର ଅଂଚଳର ଏକ ଜୁବକଙ୍କ ପ୍ରେମରେ ପଡିଜାଇଥୀଲେ । ଫଳରେ ସ୍ୱାମୀ ନଥୀବା ସମୟରେ ଜୁବକକୁ ଘରକୁ ଡାକୁଥୀବା ସ୍ୱାମୀ ଅଭିଯୋଗ କରିଛନ୍ତି।
କିଛି ଦିନ ହେବ ସ୍ୱାମୀ ଘରକୁ ଆସିଥୀବାରୁ ସେହି ଜୁବକକୁ ତାଙ୍କ ଘରେ ଦେଖୀଥୀଲେ । ଏହି ଘଟଣାକୁ ନେଇ ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିରହିଥୀଲା ।
ସ୍ୱାମୀ ବାରଣ କରିବାରୁ ଉକ୍ତ ଜୁବକ ଏକ ମାରଣାସ୍ତ୍ର ରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ସାହିପଡିସା ଓ ଗ୍ରାମର କିଛି ଯୁବକ ଖୁଣ୍ଟିରେ ବାନ୍ଧି ଦେଇ ବାହାଡ଼ା ଝୋଲା ଫାଣ୍ଡି ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ଫାଣ୍ଡି ଅଧିକାରୀ ଭିମଶେନ ମଲିକ ଓ ଓଡ଼ଗାଁ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଥାନାକୁ ଆଣିଅଟକ ରଖୀଛନ୍ତି ।
ଘଟଣା ସ୍ଥଳରୁ ଏକ ଖଣ୍ଡା ଜବତ କରିବା ସହିତ ଏକ ମୋବାଇଲ ଜବତ୍ କରିଛନ୍ତି । ସେହି ମୋବାଇଲରୁ କିଛି ଦିନ ତଳେ ଫାଣ୍ଡି ଅଧିକାରୀ ଙ୍କୁ ଇଡି ଅଫିସରୁ କହୁଛି କହି ଧମକ ଆସିଥୀବା ଫାଣ୍ଡି ଅଧିକାରୀ ଭିମଶେନ ମଲିକ ସୁଚନା ଦେଇଛନ୍ତି । ତେବେ ଦେଖାଯାଉ ଆଗକୁ ଏହା କେଉଁ ରୂପ ନେଉଛି କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031