Indus Valley Times

ମହଙ୍ଗା ପଡିଲା ମିଛ ଗଣଦୁଷ୍ମର୍ମ ଅଭିଯୋଗ: ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ନାଁରେ ମାମଲା ରୁଜୁ କରିବାକୁ କରିବାକୁ କୋର୍ଟଙ୍କ ନିର୍ଦ୍ଦେଷ

 Breaking News

December 25
19:26 2021

ଫୁଲବାଣୀ,୨୫/୧୨: ଗଣଦୁଷ୍କର୍ମ ଅଭିଯୋଗ ଆଣିଥିବା ଯୁବତୀଙ୍କ ନାଁରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଷ ଦେଇଛି କୋର୍ଟ । ଗଣଦୁଷ୍କର୍ମ ମାମଲାରେ ସମସ୍ତ ୪ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ କରିବା ସହ ଅଭିଯୋଗକାରିଣୀଙ୍କ ନାଁରେ ମାମଲା ରୁଜୁ କରିବାକୁ ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମିଥ୍ୟା ତଥ୍ୟ ଓ ସାକ୍ଷ୍ୟ ଦେଇଥିବାରୁ ଅଭିଯୋଗକାରିଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫୁଲବାଣୀ ଫାଷ୍ଟ ଟ୍ରାକ ସ୍ୱତନ୍ତ୍ର କୋର୍ଟ ।
ଏହାସହ ଅଭିଯୋଗ ଆଣିଥିବା ଯୁବତୀଙ୍କୁ ମିଳିବାକୁ ଥିବା କ୍ଷତିପୂରଣ ଅର୍ଥ ମଧ୍ୟ ନଦେବାକୁ ରାୟରେ ଦର୍ଶାଇଛନ୍ତି ବିଚାରପତି ଭାସ୍କରଚନ୍ଦ୍ର ସାହୁ ।
ଗତବର୍ଷ ୨୦୨୦ ମେ’ ମାସରେ ଗଣଦୁଷ୍କର୍ମ ହୋଇଥିବା ନେଇ ଯୁବତୀ ଅଭିଯୋଗ ଆଣିଥିଲେ । ଫୁଲବାଣୀ ସଦର ଥାନା ଅଂଚଳରେ ରହୁଥିବା ଜଣେ ଯୁବତୀ ତାଙ୍କ ମାମୁ ଘରକୁ ଯାଇଥିବା ବେଳେ ୪ଜଣ ଝିଅଙ୍କ ସହ ଗାଁ ନିକଟକୁ ବୁଲିବାକୁ ଯାଇଥିଲେ ।
ଏତିକି ବେଳେ ୪ଜଣ ଯୁବକ ଆସି ତାଙ୍କୁ ଭୟଭୀତ କରାଇଥିଲେ। ତେବେ ଏହି ସମୟରେ ଅନ୍ୟ ଝିଅ ମାନେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ସମ୍ପୃକ୍ତ ଯୁବତୀ ଜଣକ ଯାଇପାରିନଥିଲେ । ଯୁବତୀଙ୍କୁ ଏକାକୀ ପାଇଁ ସେହି ୪ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031