Indus Valley Times

ମହତ କାର୍ଯ୍ୟ ପାଇଁ ଚା ବ୍ୟବସାୟୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା

 Breaking News

ମହତ କାର୍ଯ୍ୟ ପାଇଁ ଚା ବ୍ୟବସାୟୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା

January 18
18:48 2022

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୮/୧: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ନଂ ଜାତୀୟ ରାଜପଥର ଜାରକା ଛକ ନିକଟରେ ମନିପର୍ସ ଭର୍ତ୍ତି ଟଙ୍କା ରାସ୍ତାରେ ପଡିଥିଲା । ପ୍ରଶଂସା ଚୋରମୁହାଁ ଗ୍ରାମର କୃଷ୍ଣଚନ୍ଦ୍ର ଦଳେଇ ପାଇଥିଲେ । ସେ ବୃତିରେ ଜଣେ ଚା’ ବ୍ୟବସାୟୀ ହୋଇଥିବା ବେଳେ ଟଙ୍କା ଭର୍ତ୍ତି ପର୍ସ ପାଇଥିଲେ ମଧ୍ୟ ତାଙ୍କ ମନରେ ପ୍ରଶଂସା ଆସିନଥିଲା ।
ସେହି ପର୍ସରେ ଏକ ଭୋଟର କାର୍ଡ ରହିଥିଲା । ଯାହା ଫଳରେ ଟଙ୍କା ହଜାଇଥିବା ବ୍ୟକ୍ତିଙ୍କର ପରିଚୟ ମିଳିଥିଲା । ମୟୁରଭଂଜ ଜିଲ୍ଲା ବାଙ୍ଗରିପଶି ଦୋମୁହାଣି ଗ୍ରାମର ବିରେନ ପିଙ୍ଗୁଆ ବୋଲି ଜଣାପଡିଥିଲା ।
ଟଙ୍କା ସହ ପରିଚୟ ପତ୍ର ପାଇବା ପରେ କୃଷ୍ଣଚନ୍ଦ୍ର ପୁଅକୁ କହି ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରିଥିଲେ । ଏଥିସହ ସ୍ଥାନୀୟ ବଜାର କମିଟି, ଗଣମାଧ୍ୟମ ପ୍ରତିନିଧି ଓ ଜାରକା ଫାଣ୍ଡି ଅଧିକାରୀଙ୍କୁ ଏନେଇ ଖବର ଜଣାଇଥିଲେ ।

ବିରେନ ପାରାଦ୍ୱୀପ ଠାରେ ଏକ କଂପାନୀରେ କାମ କରୁଥିବା ବେଳେ ୧୪ତାରିଖ ଦିନ ନିଜ ବାଇକରେ ଘରକୁ ଫେରୁଥିବା ସମୟରେ ଅଜାଣତରେ ଜାରକା ଛକ ନିକଟରେ ତାଙ୍କ ପକେଟରୁ ପର୍ସଟି ଖସିପଡିଥିଲା । ପରେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପର୍ସ ସହ ସମସ୍ତ ଟଙ୍କା ହଜିଛି ।
ତେବେ ବିରେନ ଜାରକା ଫାଣ୍ଡିରେ ପହଂଚି ଉପଯୁକ୍ତ ପ୍ରମାଣ ଦେଇ ହଜାଇଥିବା ପାଖାପାଖି ୭ହଜାର ଟଙ୍କା ଓ ନିଜର ପରିଚୟପତ୍ର ଫେରି ପାଇଥିଲେ । ଏନେଇ ସେ ଖୁସି ଜାହିର କରିବା ସହ କୃଷ୍ଣଚନ୍ଦ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଟଙ୍କା ଫେରସ୍ତ ସମୟରେ ଜାରକା ଫାଣ୍ଡି ଅଧିକାରୀ , ଜାରକା ବଜାର ବ୍ୟବସାୟୀ ସଂଘର କର୍ମକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।
କୃଷ୍ଣଚନ୍ଦ୍ରଙ୍କ ଏଭଳି ମହାନତା କାର୍ଯ୍ୟ ସମାଜ ପାଇଁ ଏକ ଉଦ୍ଧାହରଣ ବୋଲି କହିଛନ୍ତି ସମାଜସେବୀ ଇଂ ତାରାପ୍ରସାଦ ମିଶ୍ର, ଏହା ସହିତ ମୋହନ ମହାରଣା,ପ୍ରଦୀପ ମହାନ୍ତି, ଓ ବିଭିନ୍ନ ବର୍ଗରୁ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031