Indus Valley Times

ମହାନଦୀକୁ ଡ଼େଇଁ ଯୁବତୀ ମୃତ, କାରଣ ଅସ୍ପଷ୍ଟ

 Breaking News

ମହାନଦୀକୁ ଡ଼େଇଁ ଯୁବତୀ ମୃତ, କାରଣ ଅସ୍ପଷ୍ଟ

ମହାନଦୀକୁ ଡ଼େଇଁ ଯୁବତୀ ମୃତ, କାରଣ ଅସ୍ପଷ୍ଟ
January 27
20:35 2023

କଟକ,୨୭/୧:ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ଆଜି ଅପରାହ୍ନରେ ଏପରି ଘଟଣା କଟକରେ ଘଟିଛି। ମାତ୍ର କେଉଁ କାରଣରୁ ଯୁବତୀ ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। କମିଶନରେଟ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ଯୁବତୀ ଜଣକ କଟକ ହରିଣ ପାର୍କ ନିକଟରେ ଥିବା ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଏସ୍ସିବି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ଲେଖାହେବା ପର‌୍ୟ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ଯୁବତୀ ଜଣକ ବ୍ଲୁ ରଙ୍ଗର ଜିନ୍ସ ଓ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ସେ କେଉଁ କାରଣରୁ ନଦୀକୁ ଡେଇଁଥିଲେ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031