Indus Valley Times

ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ: ସ୍ୱତନ୍ତ୍ର ରିଲିଫ କମିଶନର

 Breaking News

ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ: ସ୍ୱତନ୍ତ୍ର ରିଲିଫ କମିଶନର

ମହାନଦୀରେ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ: ସ୍ୱତନ୍ତ୍ର ରିଲିଫ କମିଶନର
September 15
15:49 2021

ଭୁବନେଶ୍ୱର, ୧୫/୯ : ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଏଥିଯୋଗୁ ଗତକାଲିଠୁ ହୀରାକୁଦ ଡ୍ୟାମରେ ୧୨ଟି ଗେଟ୍ ଖୋଲା ଯାଇଥିବା ବେଳେ ବୁଧବାର ଅପରାହ୍ନ ୨ଟାରେ ଆଉ ୬ଟି ଗେଟ୍ ଖୋଲା ଯାଇଛି।
ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିପାରେ । ତେବେ ତଳିଆ ଅଞ୍ଚଳରେ ସ୍ଥିତି ବେଶି ଖରାପ ହେବା ଆଶଙ୍କା ନାହିଁ ବୋଲି ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା ।
ଏଥିସହ ସେ କହିଛନ୍ତି, ହୀରାକୁଦ ତଳ ମୁଣ୍ଡରେ ବର୍ଷା କମିଛି ହେଲେ ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଏବେ ହୀରାକୁଦକୁ ୨.୫୮ କ୍ୟୁସେକ୍ ଜଳ ପଶୁଥିବା ବେଳେ ୨.୨୫ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି । ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର କରାଯାଇଛି ।
ତେଣୁ ଗେଟ୍ ଖୋଲିବା ସଂଖ୍ୟା କ୍ରମଶଃ ବଢ଼ାଯାଉଛି। ଆଜି ସନ୍ଧ୍ୟା ସୁଦ୍ଧା ହୀରାକୁଦ ଡ୍ୟାମ୍ର ୨୦ଟି ଗେଟ୍ ଖୋଲାଯିବ ବୋଲି ଡ୍ୟାମ୍ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏବେ ସୁଦ୍ଧା ୧୮ଟି ଗେଟ୍ ଖୋଲି ସାରିଥିବା ବେଳେ ସନ୍ଧ୍ୟା ସୁଦ୍ଧା ଆଉ ୨ଟି ଖୋଲାଯିବ ବୋଲି ଜଣାଯାଇଛି।
। ଏବେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କରାଯାଉଥିବା କହିଛନ୍ତି ଏସ୍ଆରସି ।
ଲଗାଣ ବର୍ଷା ପରେ ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଉପରେ ଥିଲେ ବି ଖସୁଛି । ବ୍ରାହ୍ମଣୀ ବିପଦ ସଂକେତ ତଳେ ଥିଲେ ବି ୩ଟି ଛୋଟ ଘାଇ ହୋଇଛି। ଜଳକା ବିପଦ ସଂକେତ ଉପରେ ରହିଛି କିନ୍ତୁ ବନ୍ୟା ପରିସ୍ଥିତି ନାହିଁ । ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି ଏସସଆରସି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରଭାବିତ ହୋଇଛି । ମୋଟ ୪,୩୩୪ଟି ଗାଁ ଓ ୨୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି । ୨୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩, ୮ ୩୯ଟି ଘର କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୩୦ ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରାଥମିକ ଆକଳନରୁ ତଥ୍ୟ ମିଳିଥିବା କହିଛନ୍ତି ଏସ୍ଆରସି ।
ଏହାବାଦ ୧୭ ତାରିଖରେ ଆଉ ଏକ ଲଘୁଚାପ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏହାକୁ ନେଇ ଏବେଠୁ ଶଙ୍କା ପ୍ରକଟ ପାଇଲାଣି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031