Indus Valley Times

ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

 Breaking News

ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ
January 29
16:16 2022

ନନ୍ଦୁରବାର, ୨୯/୧: ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଗାନ୍ଧିଧାମ-ପୁରୀ ସାପ୍ତାହିକ ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସର ପ୍ୟାଣ୍ଟ୍ରୀ କାରରେ ନିଆଁ ଲାଗି ଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ଦିନ ୧୦.୩୦ରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଅଗ୍ନିଶମ କର୍ମଚାରୀ ଏହାକୁ ଆୟତ୍ତ କରି ନେଇଥିବା ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ତେବେ ଏକାଧିକ ଏସି ବଗି ଅଗ୍ନିକାଣ୍ତ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଏସି ବଗିରେ ଧୂଆଁ ପ୍ରବେଶ କରିଯିବାରୁ ଲୋକଙ୍କୁ କାଚ ଭାଙ୍ଗି ବାହାରକୁ ଅଣା ଯାଇଛି।
ୱେଷ୍ଟର୍ଣ୍ଣ ରେଳବାଇର ମୁଖ୍ୟ ମୁଖପାତ୍ର ସୁମିତ ଠାକୁର କହିଛନ୍ତି, ଗୁଜରାଟର ଗାନ୍ଧିଧାମରୁ ଓଡ଼ିଶାର ପୁରୀକୁ ଏକ୍ସପ୍ରେସ ଟ୍ରେନଟି ଯାଉଥିଲା। ଦିନ ପ୍ରାୟ ପ୍ରାୟ ୧୦.୧୫ରେ ଏହା ମହାରାଷ୍ଟ୍ରର ନନ୍ଦୁରବାର ଷ୍ଟେସନ ଛାଡ଼ିଥିଲା। ତେବେ ଏହା କିଛି ବାଟ ଯିବା ପରେ ଏହାର ପ୍ୟାଣ୍ଟ୍ରୀ କାର୍ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା।
ତୁରନ୍ତ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଓ ଟ୍ରେନ ଅଧିକାରୀମାନେ ଆକ୍ସନ ମୋଡକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ପ୍ୟାଣ୍ଟ୍ରୀକାରକୁ ଟ୍ରେନର ଅନ୍ୟ ବଗିଗୁଡ଼ିକରୁ ଅଲଗା ମଧ୍ୟ କରାଯାଇଥିଲା ବୋଲି ଶ୍ରୀ ଠାକୁର କହିଛନ୍ତି। ତେବେ ଏଏନ୍ଆଇ କହିଛି ଯେ ଟ୍ରେନଟି ନନ୍ଦୁରବାନ ଷ୍ଟେସନକୁ ପ୍ରବେଶ କରୁଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। ପ୍ୟାଣ୍ଟ୍ରୀ କାର୍ଟି ଟ୍ରେନର ୧୩ ନଂ କୋଚ୍। ଏଥିରେ ମୋଟ ୨୨ଟି କୋଚ୍ ରହିଥିଲା।
ଅଗ୍ନିକାଣ୍ଡର କ୍ଷୟକ୍ଷତି ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ମିଳିନାହିଁ। ତେବେ ସାମ୍ନାକୁ ଆସିଥିବା ଭିଡିଓରେ ଲୋକମାନେ ଏଣେତେଣ ଦୌଡ଼ୁ ଥିବା ଦେଖିବାକୁ ମିଳିଛି। ସେହିପରି ଅଗ୍ନିକାଣ୍ଡ ଯୋଗୁ ପ୍ରବଳ ଧୂଆଁ ପୂରା ଅଞ୍ଚଳକୁ ଘେରି ରହିଥିବା ଦୃଶ୍ୟ ଭିଡିଓରେ ରହିଛି। ମେଡିକାଲ ଟିମ୍ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ସମୟର ଯାଞ୍ଚ ପରେ ଦିନ ୧୨.୧୦ରୁ ଟ୍ରେନ ଯାତାୟାତ ସ୍ୱାଭାବିକ ହୋଇଥିବା ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଫ୍ୟାଣ୍ଟ୍ରୀ କାର୍ରୁ ଧୂଆଁ କିଛି ଏସି ବଗିରେ ପ୍ରବେଶ କରିଥିବାରୁ ସ୍ଥିତି ସାମନ୍ୟ ବିଗିଡ଼ି ଥିଲା। ହେଲେ ଅନ୍ୟ ବଗି ଗୁଡ଼ିକ ସୁରକ୍ଷିତ ଥିବା ସେମାନେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031