Indus Valley Times

ମହିଳାଙ୍କୁ ଦଶହରା ଭେଟି; ଖାତାକୁ ଆସିଲା ‘ସୁଭଦ୍ରା ଟଙ୍କା

 Breaking News

ମହିଳାଙ୍କୁ ଦଶହରା ଭେଟି; ଖାତାକୁ ଆସିଲା ‘ସୁଭଦ୍ରା ଟଙ୍କା

ମହିଳାଙ୍କୁ ଦଶହରା ଭେଟି; ଖାତାକୁ ଆସିଲା ‘ସୁଭଦ୍ରା ଟଙ୍କା
October 09
16:45 2024

ଭୁବନେଶ୍ୱର,୯/୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟୟେ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ବଣ୍ଟନ କରିଛନ୍ତି।
ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ ୩୫ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଯାଇଛି। ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ଟଙ୍କା। ଏଯାବତ ଏହି ଯୋଜନାରେ ୧ କୋଟି ୬୦ ଲକ୍ଷ ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି। ସେଥିରୁ ପ୍ରାୟ ୧.୫ କୋଟି ମହିଳାଙ୍କ ଫର୍ମ ରେଜିଷ୍ଟ୍ରେସନ ହୋଇଛି।
ଦ୍ୱିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଆକାଉଣ୍ଟକୁ ୫ ହଜାର ଟଙ୍କା ଆସିଥିବା ନେଇ ହିତାଧିକାରୀ ପାଖକୁ ମେସେଜ ଆସିଛି। ଆଉ ସଂଧ୍ୟା ସୁଦ୍ଧା ୬୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଟଙ୍କା ଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏହାରି ଭିତରେ କୋଟିଏତମ ହିତାଧିକାରୀଙ୍କୁ ମଞ୍ଚ ଉପରେ ସମ୍ବର୍ଦ୍ଧନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମ୍ବର୍ଦ୍ଧନା କରିବା ସହ ମାଉସୀଙ୍କୁ ଉପହାର ପ୍ରଦାନ କରାଯାଇଛି। ଏହି ସମୟରେ ମଞ୍ଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଉସୀ ମଞ୍ଚ ଉପରୁ ଟର୍ଚ୍ଚ ମାରିଥିଲେ, ଯାହାକୁ ଦେଖି ମୁଖ୍ୟମନ୍ତ୍ରୀ ହସିବାକୁ ଲାଗିଥିଲେ।
‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟୟେର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ଏନେଇ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଥିଲେ। ତେବେ ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି ଟଙ୍କା ଆସିଲା କି ନାହିଁ ଜଣେ ହିତାଧିକାରୀ କେମିତି ଚେକ କରିବେ ଆସନ୍ତୁ ଜାଣିବାଟ୍ଟ
ଯଦି ଆପଣ ସୁଭଦ୍ରାରେ ଅକ୍ଟୋବର ୭ ଭିତରେ ଆପ୍ଲାଏ କରିଛନ୍ତି ସେମାନଙ୍କ ଆକାଉଣ୍ଟକୁ ଆଜି ଟଙ୍କା ଆସିବ। ଯଦି ଟଙ୍କା ଆସିନାହିଁ ତେବେ ସୁଭଦ୍ରା ଯୋଜନା ଫର୍ମରେ ଥିବା ଆପ୍ଲିକେସନ ନମ୍ବର ରସିଦ ନେଇ ଜନ ସେବା କେନ୍ଦ୍ରରେ ନିଜର ଷ୍ଟାଟସ ଦେଖନ୍ତୁ । ଯାହା ଫଳରେ ଆପଣଙ୍କ ଆବେଦନ ପେଣ୍ଡିଙ୍ଗ ଅଛି କି ରିଜେକ୍ଟ ହୋଇଛି ଜଣା ପଡିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଯଦି ପ୍ରଥମ କିସ୍ତି ଯାଇ ନ ଥିବ ତେବେ ମାର୍ଚ୍ଚ ୮ରେ ସମସ୍ତଙ୍କୁ ଏକକାଳୀନ ୨ଟି କିସ୍ତି ଟଙ୍କା ମିଳିବ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031