Indus Valley Times

ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବ୍ୟାସନଗରରରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

 Breaking News

ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବ୍ୟାସନଗରରରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମହିଳାଙ୍କ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା, ବ୍ୟାସନଗରରରୁ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
February 08
18:40 2025

ଯାଜପୁର,୮/୨: ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା ।ସୁଭଦ୍ରା ଯୋଜନାରେ ଶନିବାର ୧୮ ଲକ୍ଷ ମହିଳାଙ୍କୁ ଏହି ଟଙ୍କା ଦିଆଯାଇଛି। ଯାଜପୁରରେ ଆଯୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରାର ଯୋଜନା ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯାଇଛି।
ବ୍ୟାସନଗରର ଚାନ୍ଦମା ପଡ଼ିଆରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଛନ୍ତି।
ରାଜ୍ୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ।
ଏହାସହ ଯେଉଁମାନେ ଏନ୍‌ପିସିଆଇରେ ରହିଯିବେ, ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସମ୍ବଲପୁରରେ ସୂଚନା ଦେଇଛନ୍ତି।
ପୂର୍ବ ପର୍ଯ୍ୟାୟ ଗୁଡିକରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଆସିଥିଲେ ବି ମୋବାଇଲକୁ କୌଣସି ମେସେଜ ଆସି ନ ଥିଲା। ଏ ନେଇ ଅନେକ ହିତାଧିକାରୀ ବ୍ୟସ୍ତ ହୋଇପଡିଥିଲେ ।
ଅଧିକାଂଶଙ୍କ ପାଖରେ ଫୋନରେ ୟୁପିଆଇ ବ୍ୟବସ୍ଥା ନ ଥିବା ହେତୁ ଟଙ୍କା ଆସିଛି କି ନାହିଁ ସେମାନେ ସ୍ପଷ୍ଟ ହୋଇପାରୁନଥିଲେ ।
କେଉଁଠି କେଉଁଠି ବ୍ୟାଙ୍କ କିମ୍ବା ଏଟିଏମ ଯାଇ ତୁରନ୍ତ ଚେକିଂ କରିବାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ନାହିଁ । ଏପରି କ୍ଷେତ୍ରରେ କେମିତି ଜାଣିବେ ଟଙ୍କା ଆପଣଙ୍କ ଖାତାକୁ ଆସିଛି କି ନାହିଁ ଜାଣନ୍ତୁ ..
ଟଙ୍କା ଆସିଛି କି ନାହଁ ଜାଣିବା ପାଇଁ ସରକାରୀ ୱେବସାଇଟ ସୁଭଦ୍ରା ପୋର୍ଟାଲକୁ ଯାଆନ୍ତୁ। ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ ।
ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ।
ପୋର୍ଟାଲ ଖୋଲିବା ପରେ ଆପଣଙ୍କ ଡାହାଣ ପାଖରେ କର୍ଣ୍ଣରରେ ଆବେଦନ ସ୍ଥିତି ଉପରେ କ୍ଲିକ କରନ୍ତୁ । ତାପରେ ଆପଣ ସାମ୍ନାରେ ଏକ ବକ୍ସ ଖୋଲିବ, ଯେଉଁଥିରେ ଆପଣଙ୍କୁନ ନିଜର ଆଧାର ନଂ ଦାଖଲ କରିବାକୁ ପଡ଼ିବ ।
ଏକ ପୃଷ୍ଠା ଖୋଲିବ ଯେଉଁଥିରେ ହିତାଧିକାରୀଙ୍କ ବିବରଣୀ ଦେଖାଯିବ । ତଳେ ଏକ ବକ୍ସ, ଇ କେୱାଇସି ଷ୍ଟାଟସ, ଇ କେୱାଇସି ପ୍ରକାର, ସୱୀକୃତି ସ୍ଥିତି, ପେମେଣ୍ଟ ସ୍ଥିତି ଦେଖାଯିବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31