Indus Valley Times

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସସପେନ୍ସ

 Breaking News

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସସପେନ୍ସ

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁକୁ ନେଇ ସସପେନ୍ସ
January 02
17:11 2023

ଯୋଡା,୨/୧: ନୂଆବର୍ଷ ସେଲିବ୍ରେସନ୍ ପରେ କଣ ଘଟିଲା। ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତ୍ୟୁ କିପରି ହେଲା। ମୃତ୍ୟୁ ପଛରେ କିଏ ଦାୟୀ? ଏପରି ନାନା ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ଜ୍ଝ ବାସ୍ତବରେ ଗତକାଲି ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ଚଳାଇଛି ଯୋଡ଼ା ପୁଲିସ ।
ଆଜି ଶୁଭଶ୍ରୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେପଟେ ପୁଲିସ୍ ଶୁଭଶ୍ରୀ ରହୁଥିବା ଘରକୁ ଯାଇ ସେଠାରୁ ତାଙ୍କର ମୋବାଇଲ ଫୋନ, ମେଡ଼ିସିନ୍ ବୋତଲ ସହିତ କିଛି କାଗଜପତ୍ର ଜବତ୍ କରି ଅନୁସନ୍ଧାନ ଜାରି ରଖିଛି ।
ଶୁଭଶ୍ରୀଙ୍କ ଏଭଳି ମୃତ୍ୟୁ ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରିନାହିଁ । ଶୁଭଶ୍ରୀଙ୍କ ଫୋନର କଲ ରେକର୍ଡ ଯାଞ୍ଚ କରିବା ସହ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା ଚଳାଇଛି ପୁଲିସ । କର୍ମଚାରୀମାନଙ୍କ କହିବା କଥା ହେଲା, ୩୧ ତାରିଖ ରାତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସେମାନେ ୭ ଜଣ ଏକାଠି ମିଶି ଜିରୋ
ନାଇଟ ସେଲିବ୍ରସନ୍ କରିଥିଲେ । ନୃତ୍ୟ ଗୀତରେ ଝୁମିଥିଲେ ଶୁଭଶ୍ରୀ । ଏଥିପାଇଁ ଶୁଭଶ୍ରୀ ନିଜେ ସବୁ ଆୟୋଜନ କରିଥିଲେ । ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ ବାନାଇଥିଲେ । କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ । ରାତି ଦେଢଟା ପର‌୍ୟ୍ୟନ୍ତ ସେଲିବ୍ରେସନ ମନାଇବା ପରେ ଶୁଭଶ୍ରୀ ଉପର ମହଲାରେ ଥିବା ନିଜ ରୁମକୁ ଚାଲିଯାଇଥିଲେ ।
ତେବେ ନୂଆ ବର୍ଷର ନୂଆ ସକାଳ ଦେଖିପାରି ନଥିଲେ ଶୁଭଶ୍ରୀ । ସକାଳ ୭ଟାରେ ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା କବାଟ ବାଡେଇ ଥିଲେବି ଶୁଭଶ୍ରୀ କବାଟ ଫିଟାଇ ନଥିଲେ । ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଦୁବରାଜ ମହାନ୍ତ ଶୁଭଶ୍ରୀଙ୍କୁ ଫୋନ କରିଥିଲେ ବି ସେ ଫୋନ ଉଠାଇ ନଥିଲେ ।
ବାରମ୍ଵାର କବାଟ ବାଡେଇଲା ପରେବି କିଛି ଉତ୍ତର ନମିଳିବାରୁ ଏନେଇ ପୁଲିସକୁ ଖବର ଦିଆଯାଇଥିଲା । ଶେଷରେ ସନ୍ଧ୍ୟା ସମୟରେ ପୁଲିସ୍ କବାଟ ତାଡ଼ି ଭିତରକୁ ପଶିବା ପରେ ବିଛଣା ଉପରେ ସ୍ଥିର ଅବସ୍ଥାରେ ଶୁଭଶ୍ରୀ ଶୋଇ ରହିଥିବା ଦେଖିବାକୁ ମିଳିଥିଲା । ତେବେ ସେତେବେଳକୁ ତାଙ୍କର ପ୍ରାୟ ମୃତ୍ୟୁ ଘଟିସାରିଥିଲା।
ସେପଟେ ଆଉ ଏକ ତଥ୍ୟ ଏବେ ପଦାକୁ ଆସିଛି । ଗତ ମାସ ୨୦ ତାରିଖରେ ଶୁଭଶ୍ରୀ ଜନୈକ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ କରିଥିଲେ । ଏତଲାରେ ସେ ଉଲ୍ଲେଖ କରିଥିଲେ ଯେ, ରୁଗୁଡ଼ିଠାରେ ଥିବା ଏକ ଘରୋଇ ଖଣି କମ୍ପାନୀର ଡାକ୍ତର ଦିବ୍ୟରଞ୍ଜନ ମାଝୀ ଗତ ୬ ବର୍ଷ ଧରି ତାଙ୍କ ସହ ସମ୍ପର୍କ ରଖିଥିଲେ । ବିବାହର ପ୍ରତିଶୃତି ଦେଇ ଦୁଇଥର ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ସେ ପରେ ବିବାହ ପାଇଁ ମନା କରିଦେଇଥିଲେ । ଯାହା ଫଳରେ ଏନେଇ ସେ ଯୋଡ଼ା ଥାନାରେ ଏତଲା ଦେଇଥିଲେ ।
ଏହାକୁ ନେଇ ଯୋଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ସେହିଦିନ ବଡ଼ବିଲ ଜେଏମଏଫସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ ମଧ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ଶୁଭଶ୍ରୀଙ୍କ ପରିବାର ଲୋକେ ମୁହଁ ଖୋଲୁ ନଥିବା ବେଳେ, ମୃତ୍ୟୁ ପଛର ରହସ୍ୟ ଘନେଇବାରେ ଲାଗିଛି । ଏହି ଘଟଣାରେ କୌଣସି ସୁଇସାଇଟ ନୋଟ୍ ମିଳିନଥିବା ବେଳେ, ମୃତ ଦେହରେ ମଧ୍ୟ ସେଭଳି କିଛି ଚିହ୍ନ ଦେଖିବାକୁ ମିଳି ନଥିଲା । ତେବେ ଏହା ଏକ ସ୍ୱାଭାବିକ ମୃତ୍ୟୁ ନା ଏହାପଛରେ ଆଉ କିଛି କାରଣ ରହିଛି ତାକୁ ହିଁ ଅପେକ୍ଷା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031