Indus Valley Times

ମହିଳା ନିର୍ଯାତନାକୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ, ୭ ଦିନରେ ଗଠନ ହେବ କମିଟି

 Breaking News

ମହିଳା ନିର୍ଯାତନାକୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ, ୭ ଦିନରେ ଗଠନ ହେବ କମିଟି

ମହିଳା ନିର୍ଯାତନାକୁ ନେଇ କଠୋର ହେଲା ଉଚ୍ଚ ଶିକ୍ଷା ବିଭାଗ, ୭ ଦିନରେ ଗଠନ ହେବ କମିଟି
September 24
12:42 2024

ଭୁବନେଶ୍ୱର,୨୪/୯: ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି।
ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରହିବ।
ରାଜ୍ୟର ସବୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି।
ବିଶ୍ବବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗକୁ ଆଇସିସି ନେଇ ଜଣାଇବେ।
ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚାମ୍ବରରେ ଥିବାବେଳେ ଜଣେ ଛାତ୍ରୀ ବହି ଆଣିବାକୁ ଯାଇଥିଲେ।
ଏହି ସମୟରେ ପ୍ରଫେସର ବସିବା ପାଇଁ କହି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।
ଛାତ୍ରୀ ଜଣଙ୍କ ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ଅଭିଯୋଗ କରିଥିଲେ।
ଏହାପରେ ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930