Legatus

ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା, ଟୁଟୁ ନାୟକଙ୍କୁ ମିଳିଲା ଜାମିନ

 Breaking News

ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା, ଟୁଟୁ ନାୟକଙ୍କୁ ମିଳିଲା ଜାମିନ

November 08
16:52 2023

ଭୁବନେଶ୍ୱର,୮/୧୧: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଆଜି ଜାମିନ ମିଳିଛି । ଗତ ଶନିବାର ଜାମିନ ଆବେଦନ ଶୁଣାଣିକୁ କୋର୍ଟ ସଂରକ୍ଷିତ ରଖିଥିଲେ । ଆଉ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଟୁଟୁଙ୍କୁ ଜାମିନ ଦେଇଛନ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ଦିଆଯାଇଛି । ଉଲ୍ଲେଖ ଥାଉ କି ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା, ଅସଦାଚରଣ କରିବା ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରି ଗତ ଶନିବାର କୋର୍ଟ ଚାଲାଣ କରିଥିଲା। ଏହାପରେ କୋର୍ଟ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।
ଦଫା ୩୫୪, ୩୪୧, ୩୨୩, ୨୯୪ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।‘ପ୍ରଥା’ ଫିଲ୍ମର ପ୍ରିମିୟର ବେଳେ ଶ୍ରୀୟା ସ୍ବାତି ସିନେ କମ୍ପ୍ଲେକ୍ସ ଭିତରେ ଏହି ଘଟଣା ଘଟିଥିଲା ।ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ନେଇ ଖାରବେଳନଗର ଥାନାରେ ମାମଲା ହୋଇଥିଲା ଆଉ ଘଟଣାର ତଦନ୍ତ କରି ଟୁଟୁଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଥିଲା ।
ଫିଲ୍ମର ପ୍ରିମିୟର ସୋ’ର ଖବର ସଂଗ୍ରହ ପାଇଁ ସାମ୍ବାଦିକମାନେ ଶ୍ରୀୟା, ସ୍ବାତୀ ହଲ୍କୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ଟୁଟୁ ହଲ୍ରୁ ବାହାରି ଯାଉଥିବା ସମୟରେ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରିଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31