Indus Valley Times

ମାଉଲସିଙ୍ଗା ହାଇସ୍କୁଲ ନିକଟ ପଡିଆରେ ବୌଦ୍ଧ ପାକ୍ସ ରବି ଧାନ କ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

 Breaking News

ମାଉଲସିଙ୍ଗା ହାଇସ୍କୁଲ ନିକଟ ପଡିଆରେ ବୌଦ୍ଧ ପାକ୍ସ ରବି ଧାନ କ୍ରୟ କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

June 10
17:32 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ/ ୧୦/୬ : (ସୋମବାର )ଅପରାନ୍ହ ୩ ଘଟିକା ସମୟରେ ବୌଦ୍ଧ ପାକ୍ସ ପକ୍ଷରୁ ମାଉଲସିଙ୍ଗା ହାଇସ୍କୁଲ ନିକଟ ପଡିଆରେ ଚାଲିଥିବା ରବି ଧାନ କ୍ରୟ କେନ୍ଦ୍ରର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା । ଜିଲ୍ଲାପାଳ ଶ୍ରୀ ପଣ୍ଡା ଧାନ କ୍ରୟ କେନ୍ଦ୍ରରେ ପହଞ୍ଚି ଟୋକନ ପାଇ ଧାନ ବିକ୍ରୟ ପାଇଁ ଆସିଥିବା ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ।
ଧାନ କ୍ରୟ କେନ୍ଦ୍ରରେ ଚାଷୀ ମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରାଇବା ଓ ଆସନ୍ନ ବର୍ଷାରୁ ଚାଷୀ ମାନଙ୍କ ଧାନକୁ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ପରାମର୍ଶ ଦେଇଥିଲେ ।
ଧାନ କ୍ରୟ କେନ୍ଦ୍ର ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦା, ସମବାୟ ସମିତି ସମୁହର ଉପ ନିବନ୍ଧକ ଗିରିଶ ଚନ୍ଦ୍ର ପୁରୋହିତ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ବୌଦ୍ଧ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ସତ୍ୟଜିତ କୁମାର ପଣ୍ଡା, ସମ୍ପାଦକ ସତ୍ୟଜିତ କର ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031