Indus Valley Times

ମାଓବାଦୀଙ୍କ ଧମକ ସତ୍ତ୍ୱେ ବି ଜାରି ରହିଛି ଅପରେସନ ନୀଳ ଜହର : ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

 Breaking News

ମାଓବାଦୀଙ୍କ ଧମକ ସତ୍ତ୍ୱେ ବି ଜାରି ରହିଛି ଅପରେସନ ନୀଳ ଜହର : ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

December 02
10:15 2021

ବାଲିଗୁଡ଼ା ୨/୧୨ : କନ୍ଧମାଳ ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ୍ କ୍ଲିନ୍ । ମାଓବାଦୀଙ୍କ ଧମକ ସତ୍ତ୍ୱେ ବି ଜାରି ରହିଛି ଅପରେସନ ନୀଳ ଜହର । ପୁଣି ଥରେ ୧୦୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପ୍ରଶାସନ ।
ଖବର ଅନୁଯାୟୀ, କିଛି ଦିନ ତଳେ ଅପରେସନ ନୀଳ ଜହରକୁ ବିରୋଧର କରି ବାଲିଗୁଡ଼ା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ କେକେବିଏନ୍ ମାଓବାଦୀ ସଂଗଠନ ପକ୍ଷରୁ ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା ।
ଜଙ୍ଗଲରେ ବୋମା ଖଞ୍ଜା ହୋଇଥିବା ମଧ୍ୟ ମାଓବାଦୀମାନେ ପୋଷ୍ଟର ଉଲ୍ଲେଖ କରିଥିଲେ । କିନ୍ତୁ ଏସବୁକୁ ବେଖାତିର କରି ଅପରେସନ ଗ୍ରୀନ୍ କ୍ଲିନ୍ ଜାରି ରହିଛି ।
ବୁଧବାର କେ,ନୂଆଗାଁ ଥାନା ସାଇନପଡ଼ା ପଞ୍ଚାୟତ ଜାରଙ୍ଗା ବାଲିପଦର ଗୋଚ୍ଛାପଡ଼ା ଅଞ୍ଚଳରୁ ପ୍ରାୟ ୧୩୦ ଏକର ସରକାରୀ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି ।
ଏହି ସବୁ ସ୍ଥାନରେ ହୋଇଥିବା ଗଞ୍ଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରିଛି କେ. ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୧୩୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031