Indus Valley Times

ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ଜଣେ ଯୁବକ ମୃତ

 Breaking News

ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ଜଣେ ଯୁବକ ମୃତ

ମାଓ ପୋଷ୍ଟର ଲାଗିଥିବା ସ୍ଥାନରେ ଲ୍ୟାଣ୍ଡମାଇନ ବିସ୍ପୋରଣ, ଜଣେ ଯୁବକ ମୃତ
February 09
13:49 2022

ଫୁଲବାଣୀ,୯/୨:ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ବିରୋଧ କରି ରକ୍ତମୁଖା ହେଲେଣି ନକ୍ସଲ। ସାମ୍ବାଦିକଙ୍କ ସମେତ ସାଧାରଣ ଲୋକଙ୍କୁ ବି ଟାର୍ଗେଟ କରୁଛନ୍ତି। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ପାଇଁ ତଥା ଆତଙ୍କ ଖେଳାଇବା ପାଇଁ ପୋଷ୍ଟର ଲଗାଉଥିବା ବେଳେ ତା’ ନିକଟରେ ଘଟାଉଛନ୍ତି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ।
କିଛି ଦିନ ପୂର୍ବେ ଏ ପ୍ରକାର ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ କଳାହାଣ୍ଡି ଜିଲ୍ଲାରେ ରୋହିତ ବିଶ୍ୱାଳ ନାମକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଫୁଲବାଣୀ ଜିଲ୍ଲାରେ ଘଟିଛି ସମାନ ଘଟଣା।
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରିୟରଞ୍ଜନ କହଁର ନାମକ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ବୟସ ୨୦ ବର୍ଷ । ପ୍ରିୟରଞ୍ଜନକହଁରଙ୍କ ଘର କନ୍ଧମାଳ ଫିରିଙ୍ଗିଆ ଥାନାର ସାଡ଼ିଙ୍ଗିଆ କିଆମୁଣ୍ଡା ଗାଁରେ ବୋଲି ଜଣାଯାଇଛି।
ଗତକାଲି ନକ୍ସଲମାନେ କିଆମୁଣ୍ଡାରେ ରାସ୍ତା କାମରେ ନିୟୋଜିତ ଥିବା ଦୁଇଟି ଜେସିବି ଗାଡ଼ିକୁ ନିଆଁ ଲଗାଇ ପୋଡ଼ିଦେଇଥିଲେ। ଏଥିସହ ସେହି ନିକଟରେ ବିଭିନ୍ନ ଜାଗାରେ ନକ୍ସଲ ପୋଷ୍ଟର ଏବଂ ଲାଲ ବ୍ୟାନର ଲଗାଇଥିଲେ ।
ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ସହ ଓ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ କାମକୁ ବିରୋଧ କରି ନକ୍ସଲମାନେ ଏହି ପୋଷ୍ଟର ଲଗାଇଥିଲେ ।
ସାଡ଼ିଙ୍ଗିଆ ନକ୍ସଲ ଉପଦ୍ରବ ଅଞ୍ଚଳ ହୋଇଥିବା ବେଳେ ସେଠାରେ ସେମାନଙ୍କ ଅବାଧ ଚଳପ୍ରଚଳ ରହିଛି। ଏଥିପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଖବରପାଇ ଗତକାଲି ବମ୍ ସ୍ୱାର୍ଡ ଟିମ୍ ପହଞ୍ଚି ବମ୍ ଓ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିଥିଲା।
ଏହାପରେ ଆଜି ପ୍ରିୟରଞ୍ଜନ ଉକ୍ତ ରାସ୍ତା ଦେଇ ଜଙ୍ଗଳକୁ ଯିବା ସମୟରେ ହଠାତ୍ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ତାଙ୍କ ଜୀବନ ଯାଇଛି। ଏହି ଘଟଣା ପରେ ଗାଁରେ ଭୟର ବାତାବରଣ ଖେଳି ଯାଇଛି।
ଖବର ପାଇ ଜିଲ୍ଲା ପୁଲିସ୍ର ଏକ ଟିମ୍, ବମ୍ ସ୍କ୍ୱାର୍ଡ ସହ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାଯାଇଛି। ଗତକାଲି ବମ୍ ସ୍ୱାର୍ଡ ଟିମ୍ ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କରିଥିବା ବେଳେ ଆଜି କିପରି ପୁଣି ବିସ୍ଫୋରଣ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031