Indus Valley Times

ମାଗିଲେ ବ୍ରେଡ,ବଟର କିନ୍ତୁ ଖାଇଲେ ଜେଲ ଖାଦ୍ୟ ଉପମା, ମଟର ତରକାରୀ

 Breaking News

ମାଗିଲେ ବ୍ରେଡ,ବଟର କିନ୍ତୁ ଖାଇଲେ ଜେଲ ଖାଦ୍ୟ ଉପମା, ମଟର ତରକାରୀ

November 28
21:44 2020

ଭୁବନେଶ୍ବର,୨୮/୧୧: କୋଟିପତିର ସ୍ୱପ୍ନ ଦେଖୁ ଦେଖୁ ପହଁଞ୍ଚି ଗଲେ ଜେଲ୍ ହାତରେ । ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ଏବଂ ପୁଅ ଆକାଶ ଜେଲ୍ ଭିତରେ ଖୋଜିଥିଲେ ସ୍ୱାଦିଷ୍ଟ ଖାଦ୍ୟ । କିନ୍ତୁ ବାପ,ପୁଅଙ୍କୁ ମିଳିଥିଲା ସାଧାରଣ ଜେଲ ଖାଦ୍ୟ ଉପମା ଓ ମଟର ତରକାରୀ । ରୁଚି କି ନରୁଚି ନିରୁପାୟ ହୋଇ ଖାଇବାକୁ ପଡିଥିଲା । ସେହପିରି ଜେଲରେ ସାଢେ ୧୧ଟା ସୁଦ୍ଧା ଦିନ ଖାଇବା ଶେଷ ହୋଇଛି । ବାପ, ପୁଅ ଧାଡ଼ିରେ ଛିଡା ହୋଇ ଖାଦ୍ୟ ଆଣି ଖାଇଛନ୍ତି ।
ରୁଟି, ଭାତ ମଧ୍ୟରୁ ଗୋଟିଏ ମିଳିଥିବା ବେଳେ ତା ସହ ଡାଲି ଓ ତରକାରୀ ମିଳିଛି । ସେହିପରି ରାତି ଖାଇବା ସନ୍ଧ୍ୟା ୫ରୁ ସାଢେ ୫ ଭିତରେ ମିଳିବ । ଦିନ ପରି ରାତିରେ ମଧ୍ୟ ଭାତ ଓ ରୁଟି ମଧ୍ୟରୁ ଗୋଟିଏ ତା ସହ ଡାଲି ଆଉ ତରକାରୀ ଖାଇବାକୁ ଦିଆଯିବ । ଉଭୟଙ୍କୁ ଗତ ରାତିରେ ଜେଲର ରୁଟି ଓ ସନ୍ତୁଳା ଦିଆଯାଇଥିଲା । ଆଉ ଖାଇବା ପାଇଁ ୨ଟି ଗିନା, ଗୋଟିଏ ଷ୍ଟିଲ ଥାଳି ଦିଆଯାଇଛି । ଏହା ସହ ଶୋଇବା ପାଇଁ ୨ଟି କମ୍ବଳ ଦିଆଯାଇଛି । ବିଳମ୍ବିତ ରାତି ଯାଏଁ ଦୁହିଁଙ୍କୁ ନିଦ ଆସିନଥିବା ଶୁଣିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031