Indus Valley Times

ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

 Breaking News

ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ
March 10
10:52 2023

ଭୁବନେଶ୍ବର,୧୦/୩: ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସକାଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ରାଜଧାନୀର ସୟଦ ମମତାଜ ଅଲି ହାଇସ୍କୁଲ(ଡୁମଡୁମା) ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି।
ଏହାପରେ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି, ପରୀକ୍ଷା କେନ୍ଦ୍ରରେ ଏଥର ଖୁବ୍ ଭଲ ବ୍ୟବସ୍ଥା ହୋଇଛି। ପିଲାମାନେ ୭ଟା ୪୫ରେ ପ୍ରଶ୍ନପତ୍ର ପାଇଛନ୍ତି। ପରୀକ୍ଷା ଠିକ ସମୟରେ ଆରମ୍ଭ ହୋଇଛି। ପିଲାଙ୍କ ଚେହେରାରୁ ସ୍ପଷ୍ଟ ବାରି ହୋଇପଡୁଛି ପ୍ରଶ୍ନ ଭଲ ଆସିଛି। ଶାନ୍ତିଶୃଙ୍ଖଳା ସହ ପରୀକ୍ଷା ଆରମ୍ଭ ହୋଇଛି।
ପିଲାମାନେ ପ୍ରଶ୍ନପତ୍ର ପାଟର୍ନ ପୂର୍ବରୁ ଜାଣିଛନ୍ତି। ତେଣୁ ଡରିବାର ଆଵଶ୍ୟକତା ନାହିଁ। ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ। ଛାତ୍ରଛାତ୍ରୀମାନଙ୍କୁ ପଥଭ୍ରଷ୍ଟ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ଚେଷ୍ଟା କରିଲେ ସେମାନଙ୍କ ଉପରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ।
ଏ ବାବଦରେ ପୂର୍ବରୁ ସାଇବର ଥାନାରେ ମଧ୍ୟ ଆଲୋଚନା ହୋଇଛି। ମିଛ ପ୍ରଶ୍ନ ପତ୍ର ଭାଇରାଲ କେବଳ ଉଦେଶ୍ୟମୂଳକ ଭାବେ କରାଯାଉଛି। ପୂର୍ବରୁ ଏଫ ୧୨୩,୪ ପରୀକ୍ଷା ସ୍କୁଲ କର୍ତ୍ତୃପକ୍ଷ କରିଛନ୍ତି ତେଣୁ ସେ ସବୁ ମାର୍କ ମିଶି ଫାଇନାଲ୍ ରେଜଲ୍ଟ ଆସିବ। ତେଣୁ ନିଶ୍ଚିତ ଭାବେ ପରୀକ୍ଷା ଫଳ ଚଳିତ ବର୍ଷ ଭଲ ଆସିବ।
ଉଲ୍ଲେଖଯୋଗ୍ୟ, ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ବିତୀୟ ସମ୍ମେଟିଭ୍ ଆସେସ୍ମେଣ୍ଟ(ଏସ୍ଏ–୨) ପରୀକ୍ଷା ଆଜିଠାରୁ ସକାଳ ୮ଟାରୁ ଆରମ୍ଭ ହେଇଛି। ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିବ। କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିବ। ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର‌୍ୟ୍ୟନ୍ତ ଚାଲିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031