Indus Valley Times

ମାଟ୍ରିକ୍ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ

 Breaking News

ମାଟ୍ରିକ୍ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ

ମାଟ୍ରିକ୍ ପରୀକ୍ଷା ପରିଚାଳନା ତଦାରଖ କଲେ ଗଣଶିକ୍ଷା ଶାସନ ସଚିବ
February 19
18:22 2026

କଟକ, ୧୯/୨ : ସୁଗମ ଏବଂ ସ୍ୱଚ୍ଛ ପରିଚାଳନା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା ମଧ୍ୟରେ ଆଜି ରାଜ୍ୟବ୍ୟାପୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (HSC)୨୦୨୬ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଫେବୃଆରୀ ୧୯ ତାରିଖଠାରୁ ମାର୍ଚ୍ଚ ୨ ତାରିଖ ଯାଏଁ ଅନୁଷ୍ଠିତ ହେବ।
ପରୀକ୍ଷାର ପ୍ରଥମ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡା. ଏନ୍. ଥିରୁମାଲା ନାୟକ ଭୁବନେଶ୍ୱରର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏଥିସହ କଟକସ୍ଥିତ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଛନ୍ତି।
ଡ଼ା ନାୟକ ସମସ୍ତ ପରୀକ୍ଷା ପରିଚାଳନା ପ୍ରସ୍ତୁତି ତଥା ସିଟିଂ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ପ୍ରଶ୍ନପତ୍ର ବଣ୍ଟନ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ଗୁଡ଼ିକର ସମୀକ୍ଷା କରିଛନ୍ତି।
ଶିକ୍ଷକ-ଶିକ୍ଷୟିତ୍ରୀ, କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ଅଧିକାରୀଙ୍କ ସହିତ ଆଲୋଚନା କରି ସମନ୍ୱୟ ଏବଂ ପରୀକ୍ଷା ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପରୀକ୍ଷାକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି।
ସେହିପରି ବିଭାଗୀୟ ଶାସନ ସଚିବ ମାଧ୍ୟମିକ ଶିକ୍ଷା ପରିଷଦର (BSE) କମାଣ୍ଡ କଣ୍ଟ୍ରୋଲ୍ ରୁମ୍ ପରିଦର୍ଶନ କରି ପରୀକ୍ଷା ପରିଚାଳନାର ସମସ୍ତ ପ୍ରକ୍ରିୟା ସମୀକ୍ଷା କରିଛନ୍ତି। ଶାନ୍ତିପୂର୍ଣ୍ଣ ଓ ତ୍ରୁଟିମୁକ୍ତ ପରୀକ୍ଷା ସୁନିଶ୍ଚିତ କରିବା ନେଇ ସମସ୍ତ ନିରୀକ୍ଷଣ ଓ ସମନ୍ବୟ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ସୂଚନାନୁସାରେ, ରାଜ୍ୟରେ ୫ ଲକ୍ଷ ୪୬ ହଜାର ୮୭୫ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା, ମଧ୍ୟମାକୁ ମିଶାଇ ମୋଟ୍ ୫ ଲକ୍ଷ ୬୧ ହଜାର ୯୭୯ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।
ଏଥିପାଇଁ ସମସ୍ତ ଜିଲ୍ଲାରେ ମୋଟ୍ ୩୩୨ ଟି ନୋଡାଲ୍ ସେଣ୍ଟର, ୩୦୮୨ ଟି ପରୀକ୍ଷା କେନ୍ଦ୍ର ରହିଛି। ପରୀକ୍ଷାର ସୁଗମ ପରିଚାଳନା ପାଇଁ ରାଜ୍ୟବ୍ୟାପୀ ୭୨ ଟି ଜିଲ୍ଲାସ୍ତରୀୟ ଫ୍ଲାଇଂ ସ୍କ୍ୱାଡ୍ ଏବଂ ୩୭ ଟି ବି.ଏସ.ଇ ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ କରାଯାଇଛି। ଏହାସହିତ ପରୀକ୍ଷା ପରିଚାଳନା ତଦାରଖ କରିବା ଏବଂ ନିର୍ଦ୍ଦେଶାବଳୀ ପାଳନ ସୁନିଶ୍ଚିତ କରିବା ପାଇଁ ୩୦୮୨ ଟି ପରୀକ୍ଷା କେନ୍ଦ୍ରରେ ଜଣେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930