Indus Valley Times

ମାନିଲେନି କୋଭିଡ ଗାଇଡଲାଇନ୍, ଅଧାରୁ ବନ୍ଦ ହେଲା ‘ଶିଶିର ସରସ’

 Breaking News

ମାନିଲେନି କୋଭିଡ ଗାଇଡଲାଇନ୍, ଅଧାରୁ ବନ୍ଦ ହେଲା ‘ଶିଶିର ସରସ’

January 02
09:57 2022

ଭୁବନେଶ୍ୱର ,୨/୧: ବନ୍ଦ ହେଲା ଶିଶିର ସରସ । କୋଭିଡ ଗାଇଡ ଲାଇନ ଉଲ୍ଲଘଂନ ହେବାରୁ ଶନିବାର ସନ୍ଧ୍ୟାରେ ହଠାତ ଶିଶିର ସରସ ମେଳାକୁ ବନ୍ଦ କରି ଦିଆଯାଇଛି । ତରବରିଆ ଭାବେ ମେଳାକୁ ବନ୍ଦ କରିବା ଫଳରେ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ନିରାଶ ହୋଇଛନ୍ତି । ଶିତୁଆ ସନ୍ଧ୍ୟାର ଶିଶିର ସରସରେ ପଡିଲା ତାଲା ।
ଗାଇଡ଼ ଲାଇନକୁ ଅଣଦେଖା କରିବାରୁ, ଅଧାରୁ ବନ୍ଦ ହେଲା ମେଳା । ହଠାତ ସନ୍ଧ୍ୟା ୭ ଟାରେ ମେଳା ବନ୍ଦକରି ଚାଲି ଯିବାକୁ ବ୍ୟବସାୟୀଙ୍କୁ ନିର୍ଦେଶ ଦିଆଗଲା । ଫଳରେ ବାଧ୍ୟହୋଇ ବ୍ୟବସାୟୀ ଦୋକାନ ବନ୍ଦ କରିଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରରୁ ଆସିଥିବା ବ୍ୟବସାୟୀ ନିରାଶ ହୋଇଛନ୍ତି ।
ଏପଟେ ଜାନୁଆରୀ ଗାଇଡ଼ ଲାଇନ ରେ ମେଳା ଅୟୋଜନକୁ ବାରଣ କରାଯାଇଥିଲେ ମଧ୍ୟ କିପରି ମେଳା ଚାଲିଥିଲା ତାହା ପ୍ରଶ୍ନ ସୃଷ୍ଟି କରିଛି ।
ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ପଞ୍ଚାୟତିରାଜ ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଆୟୋଜିତ ଜାତୀୟ ସ୍ତରୀୟ ଶିଶିର ସରସ ମେଳା, ଜାନୁଆରୀ ୬ ତାରିଖ ଯାଏଁ ଆୟୋଜନ କରାଯାଇଥିଲା । କିନ୍ତୁ ଆୟୋଜକଙ୍କ ଏଭଳି ନିଷ୍ପତି ପରେ ନିରାଶ ବ୍ୟବସାୟୀ, ନିରାଶ ରାଜଧାନୀ ବାସିନ୍ଦା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031