Indus Valley Times

ମାନିଲେନି ପ୍ରତିବନ୍ଧକ, ପରିସ୍ଥିତି ଅସମ୍ଭାଳ

 Breaking News

ମାନିଲେନି ପ୍ରତିବନ୍ଧକ, ପରିସ୍ଥିତି ଅସମ୍ଭାଳ

November 15
11:52 2020

ନୂଆଦିଲ୍ଲୀ,୧୫/୧୧: ଦୀପାବଳୀରେ ବାଣ ଫୁଟାଇ ଦିଲ୍ଳୀ ବାସୀଙ୍କ ପାଇଁ ସମସ୍ୟା ଛିଡା ହୋଇଛି । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାକୁ ଲାଗିଛି । କାରଣ ଲୋକମାନେ ବାଣ ଫୁଟାଇବା ଉପରେ ଲାଗିଥିବା ନିଷେଧାଦେଶର ଅବମାନନା କରିଥିଲେ।
ଦିଲ୍ଲୀର କେତେକ ଅଞ୍ଚଳରେ ସକାଳ ୪ଟା ସୁଦ୍ଧା ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଉଦବେଗଜନକ ଥିଲା। ଆନନ୍ଦ ବିହାରରେ, ଏକ୍ୟୁଆଇ ୫୭୨ ରେକର୍ଡ ହୋଇଥିବାବେଳେ ମଣ୍ଡିର ମାର୍ଗ ଅଞ୍ଚଳରେ ଏକ୍ୟୁଆଇ ୭୮୫ରୁ ଅଧିକ ଥିଲା ଜ୍ଝ ଜାହାଙ୍ଗୀରପୁରୀ ଅଞ୍ଚଳରେ ୭୭୩ରୁ ଅଧିକ ଏକ୍ୟୁଆଇ ଦେଖାଯାଇଥିବା ବେଳେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ତଥ୍ୟ ଅନୁଯାୟୀ, ଦିଲ୍ଲୀର ଆଇଟିଓ ଅଞ୍ଚଳରେ ଥିବା ଏକ୍ୟୁଆଇ ୪୬୧ରହିଛି।
ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣଙ୍କୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ବଡ଼ ନିଷ୍ପତି ଶୁଣାଇଥିଲେ । ଆସନ୍ତା ୩୦ ତାରିଖ ଯାଏଁ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ଟ୍ରିବ୍ୟୁନାଲ । ନଭେମ୍ବର ୯ ମଧ୍ୟରାତ୍ରିଠାରୁ ନଭେମ୍ବର ୩୦ ମଧ୍ୟରାତ୍ରି ପର‌୍ୟ୍ୟନ୍ତ ସମସ୍ତ ପ୍ରକାର ବାଣ ଫୁଟାଇବା ଉପରେ କଟକଣା ଲାଗୁକରିଥିଲେ ଏନଜିଟି । ହେଲେ କଟକଣାକୁ ବେଖାତିର କରି ବାଣ ଫୁଟାଇ ଥିଲେ ଦିଲ୍ଲୀବାସୀ ।
ସୂଚନା ମୁତାବକ, ଦିଲ୍ଲୀ-ଏନ୍ସିଆର୍ରେ ବାୟୁ ପ୍ରଦୂଷଣ ସମସ୍ୟାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ମାଧ୍ୟମରେ ଏକ ନୂଆ ଆଇନ
ଆଣିଥିଲେ। ନୂଆ ଆଇନ ଅଧୀନରେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ଜେଲ୍ଦଣ୍ଡ ଏବଂ ୧ କୋଟି ଟଙ୍କା ଜରିମାନା କରାଯିବ। ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ବାୟୁର ମାନ ତଦାରଖ ପାଇଁ ଏକ କମିଟି ଗଠନ ନିମନ୍ତେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଥିଲେ। ୨୦ରୁ ଅଧିକ ସଦସ୍ୟ ବିଶିଷ୍ଟ ଏକ ଶକ୍ତିଶାଳୀ ସ୍ଥାୟୀ କମିସନ୍ ପ୍ରଦୂଷଣ ରୋକିବା ଦିଗରେ କଡ଼ା ପଦକ୍ଷେପ ନେବା ସହ ଉତ୍ତମ ସହଯୋଗ, ଗବେଷଣା ଦ୍ବାରା କିଭଳି ବାୟୁର ମାନ ପରିଚାଳନା କରିହେବ ସେଥିପ୍ରତି ଗୁରୁତ୍ବ ଦେବ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930