Indus Valley Times

ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫଦାରୀକୁ ବୌଦ୍ଧଜିଲା ସାମ୍ବାଦିକ ସଂଘର ଦୃଢ ନିନ୍ଦା

 Breaking News

ମାଲକାନଗିରିରେ ସାମ୍ବାଦିକଙ୍କୁ ଗିରଫଦାରୀକୁ ବୌଦ୍ଧଜିଲା ସାମ୍ବାଦିକ ସଂଘର ଦୃଢ ନିନ୍ଦା

December 20
22:17 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୦/୧୨: ମାଲକାନଗିରି ଜିଲ୍ଲାରେ ୫ଜଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ନାମରେ ମିଥ୍ୟା ମୋକଦ୍ଦମା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯିବା ଘଟଣାକୁ ବୌଦ୍ଧଜିଲଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସୋମବାର ସନ୍ଧ୍ୟାରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରତ୍ନାକର ବେହେରାଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ମାଲକାନଗିରି ଘଟଣାରେ ଡାକ୍ତରଙ୍କୁ ସୁରକ୍ଷା ଦେଇ ସାମ୍ବାଦିକଙ୍କ ନାମରେ ମିଥ୍ୟା ମୋକଦ୍ଦମା ରୁଜୁ ଘଟଣାକୁ ନେଇ ସଂଘର ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହିତ ତୁରନ୍ତ ରାଜ୍ୟ ସରକାର ଏହି ମାମଲାରେ ହସ୍ତକ୍ଷେପ କରି ସାମ୍ବାଦିକଙ୍କ ନାମରେ ରୁଜୁ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।
ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଏସପି ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ସାକ୍ଷାତ କରି ଏହି ମର୍ମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ,ଶଶାଙ୍କ ଶେଖର ମିଶ୍ର,ହିମାଂଶୁ ଶେଖର ସାହୁ,ସୀତାକାନ୍ତ ସିଂହ,ଧବଳେଶ୍ୱର ମହାପାତ୍ର,ରବିନ୍ଦ୍ର କୁମାର ପଟ୍ଟନାୟକ ଓ ଦୀପକ କୁମାର ଅଦର ପ୍ରମୁଖ ସାମିଲ ହୋଇଥିଲେ ।
ବୌଦ୍ଧ : ଭୀମଭୋଇ ସାମର୍ଥ୍ୟ ଶିବିର
ବୌଦ୍ଧ,୨୦/୧୨:ବୌଦ୍ଧ ବ୍ଲକ ଅନ୍ତର୍ଗତ ଅଇଁଳାପାଲି ଗ୍ରାମପଞ୍ଚାୟତଠାରେ ବୌଦ୍ଧ ବ୍ଲକ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ସାମାଜିକ ସୂରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାହାରୀ,ସ୍ଥାନୀୟ ସରପଞ୍ଚ ରଶ୍ମିତା ଖଟୁଆ,ଏସଏସଏସଓ ବିରେନ୍ଦ୍ର କହଁର,ଡା. ଅକ୍ଷୟ କୁମାର ପଣ୍ଡା,ଡା. ବିମଳ କୁମାର ସାହୁ.ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ସତ୍ୟବ୍ରତ ସାହୁ, ଓ ମିଥିଳେଶ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଏହି ଶିବିରରେ ୧୦୦ ଜଣ ନାମ ପଂଜିକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଶାରିରୀକ ଭିନ୍ନକ୍ଷମ ୫ ଜଣ ଦୃଷ୍ଟିବାଧିତ, ୨ ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ.୪ ଜଣଙ୍କୁ ଟ୍ରାଇସାଇକେଲ ୫ ଜଣଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ସାନନ୍ଦ ସାହୁ ଏହି ଶିବିରକୁ ପରିଚାଳନା କରିବାସହ ଧନ୍ୟବାଦ ପ୍ରଦାନ କରିଥିଲେ ଓ ରଞ୍ଜିତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ
ବୌଦ୍ଧ,୨୦/୧୨:ବୌଦ୍ଧବ୍ଲକ ତେତେଲେଙ୍ଗା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଆଜି ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ ମେହେର, ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାସ,ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର କୁମାର ରାଉତ, ବିଦ୍ୟାଳୟର ଅଧ୍ୟକ୍ଷ ହରେକୃଷ୍ଣ ବେହେରା ଯୋଗଦେଇ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସ୍ୱାଧୀନ ବିଶ୍ୱାଳ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ସଂପାଦକ କୃତିବାସ ପଲିଆ ଉପସ୍ଥିତ ଥିଲେ । ଏହି କ୍ରିଡାରେ ବାଳକ ଓ ବାଳିକା ବିଭାଗର ୧୨ଟି ଇଭେଣ୍ଟର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । କ୍ରୀଡାକୁ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ, ହିମାଂଶୁ ମାଝି, ଦଶରଥ ଭୋଇ, ବନ୍ଦିତା ବିଶ୍ୱାଳ ପରିଚାଳନା କରିଥିଲେ । ଏହି ବାର୍ଷିକ କ୍ରୀଡା ତିନିଦିନ ଧରି ଚାଲିବ ।
ଓ ସି ଏ ଭିଜନ ୨୦୨୪ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ, ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ
ବୌଦ୍ଧ,୨୦/୧୨: ଓସିଏ ଭିଜନ ୨୪ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଯାପିତ ହୋଇଯାଇଛି । ଫାଇନାଲରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ଏବଂ ମହାନଦୀ ସ୍ପୋର୍ଟିଂ ମଧ୍ୟରେ ହୋଇଥିବା ମ୍ୟାଚରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ବିଜୟୀ ହୋଇଛି । ଆଜିର ମ୍ୟାଚରେ ମହାନଦୀ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂକରି ୪୪.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୯୬ ରନ କରିଥିଲା ।
ଦଳ ପକ୍ଷରୁ ଅନୁରାଗ କନୌଜିଆ ସର୍ବାଧିକ ୮୩ ବଲରେ ୭୮ ରନ କରିଥିବା ବେଳେ ବିପକ୍ଷ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ତରଫରୁ ଦେବାଶିଷ ବାଗ ସର୍ବାଧିକ ୪ ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗସରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ୩୦ ଓଭରରେ ୪ ଉଇକେଟ ହରାଇ ୧୯୮ ରନ କରି ବିଜୟୀ ହୋଇଥିଲା । ଡିଷ୍ଟ୍ରିକ୍ଟ ସ୍ପୋର୍ଟିଂ ତରଫରୁ ମନୋଜ ନାୟକ ସର୍ବାଧିକ ୩୮ ବଲରୁ ୬୧ ରନ କରି ଅପରାଜିତ ରହିଥିବାବେଳେ ବିପକ୍ଷ ମହାନଦୀ ସ୍ପୋର୍ଟିଂ ତରଫରୁ ଅନୁରାଗ କନୌଜିଆ ସର୍ବାଧିକ ୨ ଟି ଉଇକେଟ ନେଇଥିଲେ ।
ଆଜିର ମ୍ୟାଚକୁ ଅମ୍ପାୟାର ଭାବେ ବିଶ୍ୱଜିତ ପୁରୋହିତ ଏବଂ ବିଭୁତି ଭୂଷଣ ବେହେରା ପରିଚାଳନା କରିଥିବାବେଳେ ଓସିଏ ତରଫରୁ ରବି ନାରାୟଣ ସ୍ୱାଇଁ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ସେହିଭଳି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା କ୍ରିକେଟ ଆସୋସିଏସନର ବରିଷ୍ଠ ସଦସ୍ୟ ଓମ ପ୍ରକାଶ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବେ ଆସୋସିଏସନର ସଭାପତି ଯୁଗଳ କିଶୋର ସାମଲ, ଉପ ସଭାପତି ନିରଞ୍ଜନ ମେହେର, କ୍ରୀଡା ସଂଗଠକ ରାଜକିଶୋର ମହାଲିକ ଏବଂ ବରିଷ୍ଠ କ୍ରିକେଟର ଶେଖ କଲିମୁଲ୍ଲା ଯୋଗଦେଇ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031