Indus Valley Times

ମାଲକାନଗିରି: ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ କଲେ ନକ୍ସଲ

 Breaking News

ମାଲକାନଗିରି: ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ କଲେ ନକ୍ସଲ

ମାଲକାନଗିରି: ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ କଲେ ନକ୍ସଲ
February 11
20:37 2022

ମାଲକାନଗିରି,୧୧/୨: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ହିଂସା ବଢିବାରେ ଲାଗିଛି। ନକ୍ସଲ ଭୁମକାଲ ଦିବସ ପାଳନ ନେଇ ପୋଷ୍ଟର ଏବଂ ବ୍ୟାନର ମାରି ଗ୍ରାମବାସୀଙ୍କୁ ଏହି ଦିବସ ପାଳନ ନେଇ ଆହ୍ବାନ କରୁଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ନକ୍ସଲ ପୁଲିସ ଇନଫର୍ମର କହି ହତ୍ୟା କରିଛନ୍ତି। ଶୁକ୍ରବାର ଦିନ ପୁଣି ନକ୍ସଲ ଜଣେ ଇଂଜିନିୟର ସହ ତାଙ୍କର ସହଯୋଗୀଙ୍କୁ ଅପହରଣ କରିନେଇଥିବା ଜଣାପଡିଛି।
ସୂଚନା ଅନୁସାରେ ବେଣ୍ଡ୍ରେ ଥାନା ଅଞ୍ଚଳରେ ଥିବା ଇନ୍ଦ୍ରାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହେଉଥିବା ବେଳେ ଇଂଜିନିୟର ଅଶୋକ ପାଵାର ଏବଂ ତାଙ୍କର ସହଯୋଗୀ କାମକୁ ତଦାରଖ କରିବାକୁ ଯାଇଥିବା ବେଳେ ପୂର୍ବରୁ ଏଠାରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଇଂଜନିୟର ଅଶୋକ ଏବଂ ତାଙ୍କର ସହଯୋଗୀଙ୍କୁ ଅପହରଣ କରି ନେଇଥିଲେ। ଏହି ବ୍ରିଜକୁ ନକ୍ସଲ ବିରୋଧ କରିଆସୁଥିବା ବେଳେ ସୁରକ୍ଷାକର୍ମୀ ଏଠାରେ ସୁରକ୍ଷା ଦେଉଥିଲେ।
ସୁରକ୍ଷାକର୍ମୀ ଏଠାରେ ଅବସ୍ଥାପିତ ଥିବା ବେଳେ ମଧ୍ୟ ନକ୍ସଲ ଇଂଜିନିୟରକୁ ଅପହରଣ କରିନେବାରେ ସଫଳ ହୋଇଥିଲେ। ତେବେ ସୁରକ୍ଷାକର୍ମୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନକ୍ସଲ ସହ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ନକ୍ସଲ ସହ ଗୁଳିବିନିମୟ ହୋଇଥିଲେ ମଧ୍ୟ ନକ୍ସଲଲ ଜଙ୍ଗଲରେ ଇଂଜିନିୟରକୁ ନେବାରେ ସଫଳ ହୋଇଥିଲେ।
ପୁଲିସ ଏହି ଘଟଣା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଛାଡି ଦେବାକୁ ପରିବାର ଲୋକେ ଏବଂ ସାଧାରଣରେ ଅନୁରୋଧ କରାଯାଇଛି। ଏବେ ନକ୍ସଲ ହିଂସାତ୍ମକ ହୋଇଯାଇଥିବାରୁ ଇଂଜିନିୟରଙ୍କୁ ଏତେ ସହଜରେ ଛାଡିବେ ନାହିଁ ବୋଲି ଆଲୋଚନା ମଧ୍ୟ ଜୋର ଧରିଛି। ନକ୍ସଲଙ୍କର ଏହି ଘଟଣା ପରେ ଏହି ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031