Indus Valley Times

ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଏକା ଶିବ ସାହୁ ହିଁ ସଂପୃକ୍ତ

 Breaking News

ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଏକା ଶିବ ସାହୁ ହିଁ ସଂପୃକ୍ତ

ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଏକା ଶିବ ସାହୁ ହିଁ ସଂପୃକ୍ତ
April 15
16:47 2022

ମାହାଙ୍ଗା ୧୫/୪: ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଏକା ଶିବ ସାହୁ ହିଁ ସଂପୃକ୍ତ। କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଶୋକ ବେହେରା ଶୁକ୍ରବାର ଏହାର ସୂଚନା ଦେଇଛନ୍ତି।
ପ୍ରାରମ୍ଭିକ ତଦନ୍ତ ଆଧାରରେ ଏକା ଶିବର ସଂପୃକ୍ତି ଥିବା ଜଣାପଡ଼ିଛି। ଶିବ ଘଟଣାସ୍ଥଳରେ ଡେମୋ ଦେଖାଇବା ପରେ ଏଏସପି ସୂଚନା ଦେଇଛନ୍ତି।
ତେବେ ଘଟଣାରେ ଶିବଙ୍କ ପତ୍ନୀଙ୍କ ସମ୍ପୃକ୍ତି ନଥିବା ଜଣାପଡିଛି। ପୋଲିସ କ୍ରାଇମସ୍ପଟରୁ ଗୋଟିଏ ଶାବଳ, କଟୁରୀ, ପେଟକର୍ ଫ୍ୟାନର କଭର୍ ଜବତ କରିଛି।
ପୂର୍ବରୁ କ୍ରାଇମସ୍ପଟରୁ ରକ୍ତଭିଜା ସାର୍ଟ ଜବତ କରିଥିଲା ପୋଲିସ। ଜମିବାଡିକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଏବଂ ଶତ୍ରୁତା ଲାଗି ରହିଥିଲା।
ଏଥିରେ ପ୍ରତିଶୋଧ ପରାୟଣ ହୋଇ ଶିବ ବଡ ଭାଇର ୫ ସଦସ୍ୟଙ୍କୁ ହତ୍ୟା କରିଥିବା କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଅଶୋକ ବେହେରା କହିଛନ୍ତି।
ଘଟଣା ଦିନ ଶିବ ରାତି ପ୍ରାୟ ୮ଟାରେ ଘରେ ପହଞ୍ଚିଥିଲା। ଶିବର କହିବାନୁଯାୟୀ ସେ ପ୍ରଥମେ ତା ଭାଉଜକୁ ହାଣିଥିଲା।
ଭାଉଜଙ୍କ ପରେ ଭାଇ ଏବଂ ପରେ ପୁତୁରା, ଝିଆରୀଙ୍କ ଧାରୁଆ କଟୁରୀରେ ହାଣି ହତ୍ୟା କରିଥିଲା। ତେବେ ହତ୍ୟା ପୂର୍ବରୁ ମୃତକଙ୍କୁ ନିଶା ଦ୍ରବ୍ୟ ଦିଆଯାଇଥିଲା କି ନାହିଁ ତାହା ରିପୋର୍ଟ ଆସିଲେ ଜଣା ପଡିବ।
ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଅଭିଯୁକ୍ତ ଶିବ ସାହୁ କୁ ମାହାଙ୍ଗା ପୋଲିସ ୩ ଦିନ ପାଇଁ ରିମାଣ୍ଡ ରେ ଆଣିବା ପରେ ଆଜି କଡ଼ା ସୁରକ୍ଷା ମଧ୍ୟରେ ହତ୍ୟାକାରୀ ଶିବ ସାହୁ କୁ ନେଇ ମାହାଙ୍ଗା ପୋଲିସ କ୍ରାଇମ୍ ସ୍ପଟ୍ ରେ ସିନ ରିକ୍ରିଏସନ୍ କରିଛି।
ବରିଷ୍ଠ ପୋଲିସ ଅଧିକାରି ଙ୍କ ଉପସ୍ଥିତିରେ ସିନ ରିକ୍ରିଏସନ ଚାଲିଛି। ୨ ପ୍ଲାଟୁନ ପୋଲିସ ଫୋର୍ସ ହତ୍ୟା ସ୍ଥଳରେ ଉପସ୍ଥିତ ଥିଲେ। କିପରି ମାରିଲା ଶିବ,ପ୍ରଥମେ କାହାକୁ ମାରିଲା,ମାରିଲା ବେଳେ
କଟୁରୀ କେଉଁ ହାତରେ ଥିଲା, ମାରିବା ସମୟରେ ଅଲେଖର ପରିବାର ବର୍ଗ କିଏ କେଉଁ ଅବସ୍ଥାରେ ଥିଲେ। ମାରିବା ପରେ କିପରି ଭାବରେ ଘର ଚାବି ପକେଇ ବାହାରକୁ ଆସିଲା, ଏମିତି ଅନେକ ଗୁଡ଼ିଏ ଦିଗ ଉପରେ ଅଭିଯୁକ୍ତ ଶିବ ସାହୁ ଆଜି ହତ୍ୟାର ଡେମୋ ଦେଖେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031