Indus Valley Times

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣ ରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ ଫେରିଲେ

 Breaking News

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣ ରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ ଫେରିଲେ

ମା ’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଉଦଯାପିତ: ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣ ରେ ପଞ୍ଚ ଠାକୁରାଣୀ ନିଜସ୍ୱ ମନ୍ଦିରକୁ ଫେରିଲେ
June 06
21:45 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୬/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ଉଦଯାପିତ ହୋଇଯାଇଛି ।
ଦୀର୍ଘ ଏକମାସ ଧରି ମା ‘ବରାଳ ଦେବୀଙ୍କ ଅସ୍ଥାୟୀ ପୀଠ ରେ ପଞ୍ଚ ଠାକୁରାଣୀ ମା’ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା’ ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ଏକତ୍ର ରହି ପୂଜା ପାଇବା ସହ ରାତ୍ର ରେ ନଗର ଭ୍ରମଣ କରି ପୁଣି ଏକାଠି ରହୁଥିଲେ ।
ଏହି ଯାତ୍ରା ଶୁକ୍ରବାର ସମାପନ ହୋଇ ନିଜସ୍ୱ ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି କ୍ଷ ମେ ମାସ ୬ ତାରିଖ ଠାରୁ ଆରମ୍ଭ ହୋଇଥିବା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୬ତାରିଖ ଦିନ ଉଦଯାପିତ ହୋଇ ମେଲାଣି ଦିଆଯାଇଛି ।
ଏକମାସ ଧରି ଚାଲିଥିବା ଏହି ଯାତ୍ରା ରେ ବାଲିଗୁଡା ସହର ଉତ୍ସବ ମୁଖର ହେବା ସହ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ମା ‘ମାନଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରି ବିଭିନ୍ନ ମନସ୍କାମନା ପୂରଣ କରୁଥିଲେ ।
ଏହି ଯାତ୍ରା ରେ ପ୍ରତିଦିନ ବିଭିନ୍ନ ସାହି ତରଫରୁ ବ୍ୟାପକ ପଟୁଆର ରେ ସହର ପରିକ୍ରମା କରି ନିଜ ନିଜ ସାହିର ଅସ୍ଥାୟୀ ପୂଜା ମଣ୍ଡପ କୁ ନେଇ ପୂଜାର୍ଚ୍ଚନା କରି ଆତ୍ମ ସନ୍ତୋଷ ଲାଭ କରିବା ସହ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ଏଥିରେ ଯାତ୍ରା କମିଟି ଓ ସାହି ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରୁଥିଲେ କ୍ଷ ଶୁକ୍ରବାର ସକାଳ ଆଳତୀ ସହ ଭକ୍ତ ଙ୍କ ଶେଷ ଦର୍ଶନ ପରେ ମା’ ଙ୍କ ସମସ୍ତ ଭଉଣୀ ମାନଙ୍କୁ ନିଜସ୍ୱ ମନ୍ଦିରକୁ ଏବଂ ସନ୍ଧ୍ୟା ଆଳତୀ ପରେ ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମଧ୍ୟ ରାତ୍ରରେ ମା ‘ ପାଟଖଣ୍ଡା ଙ୍କୁ ଏକ ଭାବବିହ୍ବଳ ପରିବେଶ ମଧ୍ୟରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ବିଭିନ୍ନ ପ୍ରକାର ବାଜା ବାଜଣା ନୃତ୍ୟ, ଗୀତ ମାଧ୍ୟମରେ ନିଜ ନିଜ ପୀଠ କୁ ବିଦାୟ କରାଯାଇଥିଲା ।
ଏହି ପରିପ୍ରେକ୍ଷୀରେ ମା ‘ପାଟଖଣ୍ଡା ମନ୍ଦିର କୁ ଫୁଲ ଓ ଆଲୋକ ମାଳା ରେ ସୁ ସଜ୍ଜିତ କରାଯାଇଥିଲା । ଦୀର୍ଘ ଏକମାସ ଧରି ଚାଲିଥିବା ଏହି ଯାତ୍ରାରେ ମୁଖ୍ୟ ପୁରୋହିତ ଭାବେ ସଞ୍ଜୟ କୁମାର ଦାସ ଦାୟିତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପ୍ରଚାରକ ଭାବେ ନୀଳକଣ୍ଠ ମିଶ୍ର, ମୁଖ୍ୟ ସେବାକାରୀ ଭାବେ ସନ୍ତୋଷ କୁମାର ଦାସ ଏବଂ ମୁଖ୍ୟ ସେବକ ଭାବେ ପ୍ରକାଶ ଚନ୍ଦ୍ର ପାଢ଼ୀ ଓ ଶ୍ରୀକାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ସ୍ଵେଛାସେବୀ ଭାବେ ମିଷ୍ଟାନ ଭୋଗ ବିକ୍ରୟ କେନ୍ଦ୍ରରେ ବଂଶୀଧର ପଣ୍ଡା, ଯୋଗେନ୍ଦ୍ର କୁମାର ଜେନା, ପ୍ରକାଶ ଚନ୍ଦ୍ର ମହାରଣା, ସନାତନ ମହାରଣା ସୁରେଶ ଚନ୍ଦ୍ର ମହାନ୍ତି, ପଦ୍ମ ଲୋଚନ ପଣ୍ଡା, ଜଗଦୀଶ ଚନ୍ଦ୍ର ବେହେରା ଓ ପ୍ରଫୁଲ୍ଲ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଦାୟିତ୍ୱ ସମ୍ପାଦନା କରିଥିଲେ ।
ସେହିପରି ମା\’ ମାନଙ୍କ ନଗର ପରିକ୍ରମା ସମୟରେ ସନ୍ତୋଷ କୁମାର ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ଦାସ, ରଶ୍ମି ରଞ୍ଜନ ମହାରଣା, ଦୟାନିଧି ମହାରଣା, ସୁରେନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରୁଥିବା ବେଳେ ଷ୍ଟୁଡିଓ ବୁଲୁ ଯାତ୍ରା ର ଟିକିନିଖି ଭିଡିଓ ଏବଂ ଫୋଟୋ ଉତ୍ତୋଳନ କରି ଲୋକ ଲୋଚନ କୁ ଆଣିବାରେ ବିଶେଷ ଭୁମିକା ଗ୍ରହଣ କରିଥିଲେ ।
ପ୍ରବଳ ଗହଳି ଓ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ବିଭାଗ ପକ୍ଷରୁ ସମଗ୍ର ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ, କଡା ସୁରକ୍ଷା ବ୍ୟବସ୍ଥା
କନ୍ଧମାଳ, ୬/୬ : ଆଦିବାସୀ ଅଧୁଷିତ ବହୁଳ କନ୍ଧମାଳ ଜିଲ୍ଲା ଫୁଲବାଣୀ କୁ ୭ ତାରିଖ ଶନିବାର ଦିନିକିଆ ଗସ୍ତରେ ଆସୁଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥି ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ସହରକୁ ସଜବାଜ କାର‌୍ୟ୍ୟ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଫୁଲବାଣୀ ସଦର ମହକୁମାକୁ ଆସି ପ୍ରଥମେ କନ୍ଧମାଳ ଜିଲ୍ଲାର ବହୁ ପ୍ରତିକ୍ଷୀତ ସରକାରୀ ମେଡିକାଲ କଲେଜର ଲୋକାର୍ପଣ କରିବେ । ଏହି କଲେଜ ଜିଲ୍ଲାର ବହୁ ମେଧାବୀ ଡାକ୍ତରୀ ପାଠ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ନୂତନ ଦିଗ ଦର୍ଶନ କରିବା ସହ ଆଗାମୀ ଦିନରେ ଏହି କଲେଜରେ ସ୍ଥାନୀୟ ଅଂଚଳର ବହୁ ଯୁବ ବର୍ଗ ଡାକ୍ତର ହେବାର ସ୍ବପ୍ନ ପୂରଣ କରିପାରିବ ।
୨୦୦୭-୦୮ ମସିହାରେ କନ୍ଧମାଳ ଦଙ୍ଗା ସମୟରେ ବିଭିନ୍ନ ଦାବୀ ଗୁଡିକ ମଧ୍ୟରୁ ଏହି ମେଡିକାଲ କଲେଜ ସ୍ଥାପନ ଏକ ପ୍ରମୁଖ ଦାଵୀ ଥିବା ବେଳେ ଦୀର୍ଘ ବର୍ଷର ଅବସାନ ପରେ କନ୍ଧମାଳକୁ ମିଳିବାକୁ ଯାଇଛି ଏହି ସରକାରୀ ମେଡିକାଲ କଲେଜ ।
୨୦୦୭-୦୮ ମସିହା ଦଙ୍ଗା ପରେ ରାଜ୍ୟରେ ଥିବା ବିଜେଡି ଓ ବିଜେପି ମେଣ୍ଟ ସରକାରରୁ ନବୀନଙ୍କ ବିଜେଡି ଦୁରେଇ ଯାଇଥିବା ବେଳେ ସେହି ମସିହା ପରେ ବିଜେଡି ନିଜ ଦମରେ ରାଜ୍ୟରେ ସରକାର ଗଠନ କରି ଯେଉଁ ଦଙ୍ଗା ସମୟରେ ବିଜେପିକୁ ଶାସନର ସ୍ବାଦ ଚାଖୁବା ଠାରୁ ଦୂରରେ ରଖିଥିଲା ।
ଦଙ୍ଗାର ପ୍ରମୁଖ ଦାବିରେ ସ୍ଥାନ ଥିଲା କନ୍ଧମାଳ ମେଡିକାଲ କଲେଜର ସ୍ଥାପନ ଦାବୀ କୁ ପୂର୍ବ ସରକାର ଦୀର୍ଘ ବର୍ଷ ଗଡେଇ ରଖିବା ପରେ ବର୍ତ୍ତମାନ ଡବଲ ଇଂଜିନ ବିଜେପି ସରକାର କନ୍ଧମାଳର ସରକାରୀ ମେଡିକାଲ କଲେଜକୁ ଲୋକାର୍ପିତ କରି ଜିଲା ବାସୀଙ୍କୁ ଆଗାମୀ ଦିନରେ ବିଜେପି ସପକ୍ଷରେ ପୁନଃ ସମର୍ଥନ ପାଇଁ ପ୍ରୟାସ କରିବ ।
ଏହି ମେଡିକାଲ କଲେଜ ଫୁଲବାଣୀ ପୌର ପରିଷଦ ଅଂଚଳ ଭିତରେ ନରଖି ଫୁଲବାଣୀ ପୌର ପରିଷଦ ଅଂଚଳରୁ ୪ କିମି ଦୂରରେ ରହିଛି । ଅଳ୍ପ ଦୁରରେ ଗ୍ରାମାଞ୍ଚଳରେ ଗ୍ରାମବାସୀ ମାନେ ଉପକୃତ ହେବା ପାଇଁ ଗ୍ରାମ ପଂଚାୟତ ଅଞ୍ଚଳରେ ସ୍ଥାପିତ କରାଯାଇଛି।
ତେଣୁ ସହରାଞ୍ଚଳରେ ଜନସାଧାରଣ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜନସାଧରଣ ଚର୍ଚ୍ଚା ହେଉଛି। କିନ୍ତୁ ଗ୍ରାମାଞ୍ଚଳରେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ଓ ଅନ୍ୟ ଜିଲ୍ଲାକୁ ଯିବାପାଇଁ ଆଶା ରଖିବେ ନାହିଁ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ଜନସାଧରଣଙ୍କ ମନରେ ଖୁସି ଦେଖିବାକୁ ମିଳୁଛି ।
ବିଭିନ୍ନ ଉଦଘାଟନ ପରେ କରୋନେସନ ପଡ଼ିଆରେ ଏକ ସାଧାରଣ ସଭାର ଆୟୋଜନ ରହିଛି ଏଥିରେ ଏକ ବର୍ଷ ବିଜେପି ଶାସନ କଣ କରିଛି ତାହାର ସୃଷ୍ଠ ଚିତ୍ର ଦେଖାଇବ ବିଜେପି ସରକାର।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031