Indus Valley Times

ମୀନାଝୋଲାଠାରେ ଦୁଇ ଦିନିଆ ସତସଙ୍ଗ ଓ ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଟିତ

 Breaking News

ମୀନାଝୋଲାଠାରେ ଦୁଇ ଦିନିଆ ସତସଙ୍ଗ ଓ ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଟିତ

September 13
10:04 2024

ପ୍ରମୋଦ ସାହୁକାରଙ୍କ ରିପୋର୍ଟ
ମୁନିଗୁଡ଼ା, ୧୩/୯: ଧର୍ମ ଜାଗରଣ ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପଶ୍ଚିମ ପକ୍ଷରୁ ଦୁଇଦିନିଆ ସତସଙ୍ଗ ଓ ପରିବେଶ ସୁରକ୍ଷା କର୍ମଶାଳା ପୂର୍ବାହ୍ନ ୧୧ ଘଟିକା ସମୟରେ ଜନ କଲ୍ୟାଣ ଗୁରୁକୁଳ,ମୀନାଖୋଲାଠାରେ ଅନୁଷ୍ଟିତ ହୋଇଯାଇଛି । ଯୁବବର୍ଗଙ୍କୁ ବୈଦିକ ଶିକ୍ଷା, ଧର୍ମ ରକ୍ଷା ବନ୍ଧନ, ଧର୍ମ ରକ୍ଷା ଦିବସ, ଭାରତ ମାତା ପୂଜନ, ସ୍ୱାଧ୍ୟାୟ, ଯୋଗ, ପ୍ରାଣାୟାମ, ବୃକ୍ଷରୋପଣ, ଗୋସେବା, ସାମୁହିକ ଭୋଜନ, ଆଇନ ସହାୟତା, ମହାପୁରୁଷ ଜୟନ୍ତୀ ପାଳନ ଭଳି କାର୍ଯ୍ୟକ୍ରମ ଦ୍ଵାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ, ତ୍ୟାଗ, ପରୋପକାର ଦେଶଭକ୍ତି ଆଦି ଊତ୍ତମ ଗୁଣର ବିକାଶ ଦ୍ଵାରା ଏକ ସୁସ୍ଥ ବାତାବରଣ ମାଧ୍ୟମରେ ଆଦର୍ଶ ପରିବାର, ସଶକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ପୂର୍ବ କ୍ଷେତ୍ର ପ୍ରମୁଖ ଶ୍ରୀ ବିନୟ କୁମାର ଭୂୟାଁ ଯୋଗଦେଇ ଉଦବୋଧନ ଦେଇଥିଲେ ।
ଜନ କଲ୍ୟାଣ ଗୁରୁକୁଳର ମୁଖ୍ୟ ପୂଜ୍ୟ ସନ୍ଥ ସ୍ବାମୀ ଜନକାନନ୍ଦ ଗିରି ପ୍ରଦୀପ ପ୍ରଜ୍ବଳନ ପୁର୍ବଜ ଉଦଘାଟନ କରିଥିଲେ । ପ୍ରାରମ୍ଭରେ ପୂଜ୍ୟ ସ୍ବାମୀ ପ୍ରଣବାନନ୍ଦ ଗିରି ମଞ୍ଚାସୀନ ଥିଲେ । ପ୍ରାନ୍ତ ସଂଯୋଜକ ବିକ୍ରମ ଆଚାର୍ଯ୍ୟ ପରିଚୟ ପ୍ରଦାନ କରିଥିଲେ ।
ଓଡ଼ିଶା ପଶ୍ଚିମ ପ୍ରାନ୍ତରୁ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଆଦି ଜିଲ୍ଲାରୁ ମୋଟ ୪୦ ଜଣ ଶିବିରାର୍ଥୀ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତର ବିଭାଗ, ଜିଲ୍ଲା, ଖଣ୍ଡ ସଂଯୋଜକ ଆଶ୍ରମ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।
ଆସନ୍ତାକାଲି ଅପରାହ୍ନରେ ଏହି ଶିବିରର ଉଦଯାପନ ହେବ । ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦଳାଇ,ହାଡିପା ଗୌଡ଼,ସମାଜସେବୀ ପ୍ରମୋଦ ସାହୁକାର,ଜନନେତା ଧୀରେନ୍ଦ୍ର ପାଣିଗ୍ରାହୀ,ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା,ମାଜସେବି କୀର୍ତ୍ତି ପୃଷ୍ଟି,ରାଜେଶ ଭାଇ,ରାମକୃଷ୍ଣ ପାଣିଗ୍ରାହୀ, ଅଶ୍ଵିନୀ ବାରିକ,ଗଣେଶ ଭାଇ,ଭୀମ ବେହେରା,ପ୍ରଦୀପ ସାହୁ,ନୀଳ ମାଧବ ସାଥୁଆ,ରାମଚନ୍ଦ୍ର ବେହେରା,ଉମା ଶଙ୍କର ପାତ୍ର, ପ୍ରମୋଦ ବାବୁ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ ।
୧୨ .୦୯.୨୦୨୪ ଉଦଯାପନ ଉତ୍ସବରେ ସ୍ବାମୀ ଜନକାନନ୍ଦ ଗିରି, ସ୍ବାମୀ ପ୍ରଣବାନନ୍ଦ ଗିରି,ପୂର୍ବ କ୍ଷେତ୍ର ଧର୍ମ ଜାଗରଣ ପ୍ରମୁଖ ବିନୟ କୁମାର ଭୂୟାଁ, ପ୍ରାନ୍ତ ସଂଯୋଜକ ବିକ୍ରମ ଆଚାର୍ଯ୍ୟ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031