Indus Valley Times

ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତର ଶେଷ ଦିନ : ସରକାରୀ ନର୍ସିଂ କଲେଜର ଶିଳାନ୍ୟାସ ସହ ଉଦଘାଟନ କଲେ ଏୟାରପୋର୍ଟର ନୂଆ ଟର୍ମିନାଲ

 Breaking News

ମୁଖ୍ୟମନ୍ତ୍ରୀଙ୍କ କୋରାପୁଟ ଗସ୍ତର ଶେଷ ଦିନ : ସରକାରୀ ନର୍ସିଂ କଲେଜର ଶିଳାନ୍ୟାସ ସହ ଉଦଘାଟନ କଲେ ଏୟାରପୋର୍ଟର ନୂଆ ଟର୍ମିନାଲ

December 15
18:18 2024

ଭୁବନେଶ୍ବର, ୧୫/୧୨: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ଗସ୍ତକାଳରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର ବିଶେଷ ଯୋଗଦାନ ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି ସୁଯୋଗ ଇତ୍ୟାଦି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ପ୍ରାଥମିକତା ଦେଉଛନ୍ତି। ଆଜି କୋରାପୁଟ ଜିଲ୍ଲାର ପ୍ରଥମ ସରକାରୀ ସେବିକା ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩୦୦ ଶଯ୍ୟା ବିଶିଷ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କ ପାଇଁ ମୋଟ ୯୬ଟି ଆବାସିକା ଗୃହର ଶୁଭାରମ୍ଭ କରାଯାଇଛି। ଯାହାକି ଜିଲ୍ଲାବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହେବ। ଏହାସହିତ ଗମନାଗମନ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଜୟପୁର ବିମାନବନ୍ଦରର ନବନିର୍ମିତ ଟର୍ମିନାଲର ମଧ୍ୟ ଶୁଭ ଉଦ୍‌ଘାଟନ କରାଯାଇଛି।
କୋରାପୁଟ ହେଉଛି ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଅନ୍ୟତମ ଆକର୍ଷଣର କେନ୍ଦ୍ର। କୋରାପୁଟର କଫି ଆଜି କେବଳ ଦେଶ ନୁହେଁ ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ମାଟିର ମାଣ୍ଡିଆ କୁଇନ୍ ରାଇମତି ଘଉରିଆ ଜୈବିକ ଚାଷ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ।
ବିକଶିତ ଓଡ଼ିଶା ନିର୍ମାଣରେ କୋରାପୁଟ ହେଉଛି ଏକ ପ୍ରମୁଖ ଅଂଶ। ଏହାକୁ ଗୁରୁତ୍ଵ ଦେଇ ଲୋକଙ୍କ ସରକାର ଜିଲ୍ଲାର ବିକାଶ ସହ ଜିଲ୍ଲାବାସୀଙ୍କ ସାମଗ୍ରିକ ଉନ୍ନତିକୁ ଗୁରୁତ୍ଵ ଦେଉଛନ୍ତି। ଆଗାମୀ ଦିନରେ ଆମ ସମସ୍ତଙ୍କ ପ୍ରୟାସରେ କୋରାପୁଟ ଜିଲ୍ଲା ନିଶ୍ଚୟ ସମୃଦ୍ଧ ହେବ ଏବଂ ମୋର ପ୍ରିୟ କୋରାପୁଟବାସୀଙ୍କ ଜୀବନଜୀବିକାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930