Indus Valley Times

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍‌: ସାମନାକୁ ଆସିଲା ବଡ଼ଧରଣର ସୁରକ୍ଷା ତ୍ରୁଟି

 Breaking News

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍‌: ସାମନାକୁ ଆସିଲା ବଡ଼ଧରଣର ସୁରକ୍ଷା ତ୍ରୁଟି

ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିଲା ଡ୍ରୋନ୍‌: ସାମନାକୁ ଆସିଲା ବଡ଼ଧରଣର ସୁରକ୍ଷା ତ୍ରୁଟି
January 05
15:04 2025

ଭୁବନେଶ୍ୱର,୫/୧: ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡ଼ା ଗସ୍ତ ସମୟରେ ବଡ଼ ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାରସୁଗୁଡ଼ା ଗସ୍ତରେ ଯାଇଥିଲେ।
ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାର ଝାଡ଼େଶ୍ୱର
ମନ୍ଦିରକୁ ପ୍ରବେଶ କରୁଥିବା ସମୟରେ ଏକ ଡ୍ରୋନ୍ ତାଙ୍କ ପାଖରେ ଖସିପଡ଼ିଥିଲା।
ଡ୍ରୋନ୍‌ଟି ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖସିପଡ଼ିବାରୁ ସେ ଚମକିପଡ଼ିଥିଲେ। ତାଙ୍କ ପାଖରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତୁରନ୍ତ ପିଏସ୍‌ଓ ଉକ୍ତ ଡ୍ରୋନ୍‌କୁ ପାଦରେ ଏଡ଼ାଇ ଦେଇଥିଲେ। ତେବେ କିଭଳି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଡ୍ରୋନ୍ କିପରି ଖସିଲା ସେନେଇ ନାନା ପ୍ରଶ୍ନ ଉଠୁଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31