Indus Valley Times

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ, ଅଘଟଣ ଶୂନ୍ୟ ଯାତ୍ରା ପାଇଁ ସରକାରଙ୍କ ଗୁରୁତ୍ୱ

 Breaking News

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ, ଅଘଟଣ ଶୂନ୍ୟ ଯାତ୍ରା ପାଇଁ ସରକାରଙ୍କ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ, ଅଘଟଣ ଶୂନ୍ୟ ଯାତ୍ରା ପାଇଁ ସରକାରଙ୍କ ଗୁରୁତ୍ୱ
June 22
16:47 2025

ପୁରୀ, ୨୨/୬ : ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଅଘଟଣ ଶୂନ୍ୟ ହେବ ରଥଯାତ୍ରା । ପ୍ରତିବର୍ଷ ଭଳି ଏବର୍ଷ ବି ସ୍ବତନ୍ତ୍ର ଆୟୋଜନ କରାଯାଇଛି ।
ସୁରକ୍ଷା ପାଇଁ ଡ୍ରୋନ ଓ AIକ୍ୟାମେରାର ବ୍ୟବସ୍ଥା ହୋଇଛି । ଓ୍ବାଚ ଟାଓ୍ବାର ସହିତ ବାଇନାକୁଲର ଧାରୀ ପୋଲିସ ବଡ଼ ଅଟାଳିକା ଉପରେ ମୁତୟନ ହେବେ।
ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଏନେଇ ଶୃଙ୍ଖଳିତ ରଥଯାତ୍ରା ନେଇ ପୁରୀ ପୌରସଦନରେ ବସିଥିବା ଶେଷ ରଥ ସମନ୍ବୟ ବୈଠକରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ରଥଯାତ୍ରାରେ ସୁରକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ପୁରୀ ରଥଯାତ୍ରା ହେଉଛି ବିଶ୍ବର ସବୁଠାରୁ ବଡ଼ ଯାତ୍ରା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି।
ଭିଡ଼କୁ ଦୃଷ୍ଟିରେ ରଖି ଜନଗହଳିପୂର୍ଣ୍ଣ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।ଏହାସହ ସମୁଦ୍ର କୂଳରେ ସୁରକ୍ଷା ପାଇଁ କୋଷ୍ଟଗାର୍ଡ ମୁତୟନ କରାଯିବେ । ଆକାଶ ମାର୍ଗରୁ ହେଲିକପ୍ଟର ମାଧ୍ୟମ ରେ କଡ଼ା ନଜର ରଖାଯିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930