Indus Valley Times

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପାଂଠିରୁ ଯାଜପୁର ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗାଣ

 Breaking News

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପାଂଠିରୁ ଯାଜପୁର ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗାଣ

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପାଂଠିରୁ ଯାଜପୁର ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗାଣ
August 22
10:46 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର/ଓଡ଼଼ିଶା,୨୨/୮ : ଧର୍ମଶାଳା ନିର୍ବାଚ ମଣ୍ଡଳୀର ଧର୍ମଶାଳା ଓ ରସୁଲପୁର ବ୍ଲକର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ସମେତ ଜିଲ୍ଲାର ବନ୍ୟାକ୍ଷତିଗ୍ରସ୍ତ ବିଭିନ୍ନ ବ୍ଲକକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାତନ୍ତ୍ର ରିଲିଫ ପାଂଠିରୁ ଅସିଥିବା ଅଟା ସୁଜି ଆଦି ଆଜି ଯୋଗେଇ ଦିଆଯାଇଛି । ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଜାରକାସ୍ଥିତ ସତସଙ୍ଗ ବିହାର ନିକଟରୁ ଟ୍ରକ ଯୋଗେ ବନ୍ୟାକ୍ଷତିଗ୍ରସ୍ତ କୋରେଇ, ଯାଜପୁର, ବିଂଝାରପୁର, ଦଶରଥପୁର ଓ ବରୀ ଆଦି ବ୍ଲକକୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଜିଲ୍ଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ସାଂସଦଙ୍କ ପ୍ରତିନିଧି କାହ୍ନୁ ଚରଣ ଦାଶ ଓ ଧର୍ମଶାଳା ବ୍ଲକ ଆତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କୁମାର କରଙ୍କ ଉପସ୍ଥିତିରେ ୧୦୦ଟନ ଅଟା ୫୦ ଟନ ସୁଜି ପଠାଯାଇଛି ।
ଆଗାମୀ କିଛି ଦିନ ପାଇଁ ବନ୍ୟାକ୍ଷତିଗ୍ରସ୍ତ ଅଂଚଳକୁ ଏଭଳି ରିଲିଫ ପ୍ରଦାନ ପ୍ରକ୍ରିୟା ଜାରିରହିବ ବୋଲି ଜିଲ୍ଲା ସଭାପତି ଶ୍ରୀମତୀ ପ୍ରଧାନ କହିଛନ୍ତି । ଏହିକ୍ରମରେ ଆଜି ଧର୍ମଶାଳା ଓ ରସୁଲପୁର ବ୍ଲକରେ ବନ୍ୟାକ୍ଷତିଗ୍ରସ୍ତମାନଙ୍କ ପାଇଁ ୩୫ଟନ ଅଟା ଓ ୧୦ଟନ ସୁଜି ପ୍ରଦାନ କରାଯାଇଛି ।
ଏଥିସହିତ ଧର୍ମଶାଳା ବ୍ଲକର ବନ୍ୟା କ୍ଷତିଗ୍ରସ୍ତମାନଙ୍କ ପାଇଁ ତହସିଲ ତରଫରୁ ୮୨୦୦ ପଲିଥିନ ପାଲ ବଂଟନ କରାଯାଇଥିବା ବେଳେ ରସୁଲପୁର ବ୍ଲକରେ ୧୨୦୦ ପଲିଥିନ ପାଲ ବଂଟନ କରାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଂଠିରୁ ଆଜି ଉଭୟ ରସୁଲପୁର ଓ ଧର୍ମଶାଳା ବ୍ଲକର ବନ୍ୟାକ୍ଷତିଗ୍ରସ୍ତମାନଙ୍କୁ ୫୦୦୦ ପଲିଥିବା ପାଲ ବଂଟନ କରାଯାଇଛି ।
ଏଥିସହ ବନ୍ୟା ଆରମ୍ଭରୁ ବିଧାୟକ ଶ୍ରୀ ସାହୁଙ୍କ ଦ୍ୱାରା ପରିଚାଳିତ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଧର୍ମଶାଳା ବ୍ଲକର ବନ୍ୟାକ୍ଷତିଗ୍ରସ୍ତ ଅଂଚଳରେ ସୁଖିଲା ଓ ରନ୍ଧା ଖାଦ୍ୟ ବଂଟନ ପ୍ରକ୍ରିୟା ଚାଲୁରହିଥିବା ବେଳେ ଆଜି ଟ୍ରଷ୍ଟ ପକ୍ଷରୁ ବନ୍ୟାକ୍ଷତିଗ୍ରସ୍ତ ୯୨୦ ବ୍ୟାଗ ସୁଖିଲା ଖାଦ୍ୟ ବଂଟନ କରାଯାଇଥିବା ବେଳେ ବନ୍ୟାକ୍ଷତିଗ୍ରସ୍ତ ଅଂଚଳରେ ଲୋକମାନଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ପରସା ଯାଇଛି ।
ଆଜିର ଏହି ରିଲିଫ ଯୋଗାଣ ପ୍ରକ୍ରିୟାରେ ଦେବରାଜ ମିଶ୍ର, ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଅଭିଷେକ ରାଉତ, ପ୍ରଦୀପ ପରିଡା, ଦେବଦତ ପଣ୍ଡା ପ୍ରମୁଖ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031